ହାତୀ ମାତିଛି : ରାହାଣ ଗ୍ରାମରେ ଦନ୍ତା ହାତୀର ଉପଦ୍ରବ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l ବନଖଣ୍ଡର ବଡ଼ବାହାଳ ରେଞ୍ଜ୍ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ରାହାଣ ଗ୍ରାମର ବନ୍ଧଲୀ ସାହିରେ ଏକ ଦନ୍ତା ହାତୀର ଉପଦ୍ରବ ରେ ଘରଦ୍ୱାର ଭାଙ୍ଗି ବା ସହ ଧାନ,ଚାଉଳ ଖାଇ ବ୍ୟାପକ ନଷ୍ଟ ହୋଇଛି l ରାହାଣ ଗ୍ରାମର ସଂଜୀବ ନାଏକ ଙ୍କ ଘରଭାଙ୍ଗି ବା ସହ ଧାନ ଖାଇଥିବା ବେଳେ ଉପେନ୍ଦ୍ର ନାଏକ ଙ୍କ ରୋଷେଇ ଘର ଭାଙ୍ଗି ଦେଇଛି l ସେହିପରି ଗ୍ରାମର କେନ୍ଦୁପତ୍ର ଫଡ଼ି ଘରକୁ ଭାଙ୍ଗି ପକାଇଛି l ଏକ ନିର୍ଦ୍ଧିଷ୍ଟ ହିସ୍ରଂ ଦନ୍ତା ହାତୀ ଅଞ୍ଚଳରେ “ରାଜ” କରି ତାଣ୍ଡବ ଲୀଳା କରିଚାଲିଛି l ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଘଉଡାଇବା ଦିଗରେ ପଦକ୍ଷେପ ନିଆଯାଉନାହିଁ lଫଳରେ ଅଞ୍ଚଳରେ ଅନେକ ଗ୍ରାମର ଲୋକଙ୍କ ଧନ ଜୀବନ ହାନୀ ହୋଇଛି lଏହାକୁ ଦୁଷ୍ଟି ରେ ରଖି ବନ ବିଭାଗ ପଦକ୍ଷେପ ନେବାକୁ ଲୋକଙ୍କ ଦାବି ହେଉଛି | 

Leave A Reply

Your email address will not be published.