ବିଭିନ୍ନ ପଂଚାୟତରେ ବିକାଶ ବାହାନ ରଥକୁ ସ୍ୱାଗତ

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟର ସମସ୍ତ ପଂଚାୟତରେ ବିକାଶ ବାହାନ ରଥ ପରିକ୍ରମା କରୁଛି I ଏହି ପରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତରେ ବିକାଶ ବାହାନ ରଥକୁ ସ୍ୱାଗତ କରାଯାଇଛି I ଆଜି ଗୋବରା ପଂଚାୟତରେ ଗୋବରା ସମିତି ସଭ୍ୟ ବିଭୂପାଦ ଜେନାଙ୍କ ଅଧ୍ୟକ୍ଷତାରେ ବିକାଶ ବାହାନ ରଥକୁ ସ୍ୱାଗତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି, କନିଷ୍ଠ ଯନ୍ତ୍ରୀ ସୁରଜ ମାଝୀ, ସରୋଜ କୁମାର ନାୟକ, ପିଇଓ ଲିଟି କୁମାର ନାୟକ, ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ବରିଷ୍ଠ ୱାର୍ଡସଭ୍ୟ ପୀତବାସ ମଲ୍ଲିକ, ସନ୍ତୋଷ କୁମାର ମଲ୍ଲ, ଚିତ୍ରସେନ ସ୍ୱାଇଁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ବନ ବିଭାଗ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଉପସ୍ଥିତ ଲୋକଙ୍କ ଅଭିଯୋଗ ଶୁଣିଥିଲେ I ସେହିପରି ଶାସନ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସମିତିସଭ୍ୟା ପିନାକୀନୀ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକାଭିମୁଖୀ କରାଇବା ଦିଗରେ ଆଲୋଚନା କରିଥିଲେ I ସେହିପରି ବଡ଼ପଡ଼ା ପଂଚାୟତରେ ସରପଞ୍ଚ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେକେ ଅନ୍ୟାନ୍ୟ ଅତିଥି ରୂପେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା, ବଡ଼ପଡ଼ା ସମିତିସଭ୍ୟ ପୀତବାସ ସାହୁ ଯୋଗଦେଇ ବିକାଶ ବାହାନ ରଥକୁ ସ୍ୱାଗତ କରିଥିଲେ I ସମସ୍ତ ପଂଚାୟତରେ ପଂଚାୟତ ଅଧୀନସ୍ଥ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବରିଷ୍ଠ ନାଗରିକମାନେ ସମାବେଶ ହୋଇ ବିକାଶ ରଥକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା I

Leave A Reply

Your email address will not be published.