ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଶାଳ ରେଲି ନର୍ଲା ଚାରିଛକରୁ ବାହାରି ନଗର ପରିକ୍ରମା କରିବାସହ ଏକ ସମାବେଶ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ନର୍ଲାର ବରିଷ୍ଠ କଂଗ୍ରେସ ନେତା ଚୁଳମଣି ଗୌଡିଆ।ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍ସା ଯୋଗଦେଇ ସମ୍ବିଧାନ ବଞ୍ଚାଅ ସମାବେଶର ଉଦ୍ଦେଶ୍ୟ ସଂପର୍କରେ ବିଷଦ ଭାବେ ଆଲୋକପାତ କରିଥିଲେ। ମ୍ମାନୀତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସାଖା ସୁଜିତ, ସହ ପ୍ରଭାରୀ ସୁଜିତ ବାବୁ, ଜିଲ୍ଲା ଉପସଭାପତି ଉତ୍ସବ ସାହୁ, , କଳାହାଣ୍ଡି କଂଗ୍ରେସ ସାଂସଦ ପ୍ରାର୍ଥୀନୀ ଦ୍ରୋପଦୀ ମାଝୀ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାଏବ, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିରଜ ଶର୍ମା, ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ନର୍ଲା ନିର୍ବାଚନ ମଣ୍ଡଳୀ ସମ୍ବିଧାନ ବଞ୍ଚାଅ ଅଧ୍ୟକ୍ଷ ରାଜୁ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ରଜନୀ କୁମାର, ଅନି ବିଶ୍ବାଳ, ଚିତ୍ତରଞ୍ଜନ ବାଗ, ନିର୍ମଳ ନାଏକ,ରୁଦ୍ର ପ୍ରତାପ ସିଂ, ସୁରେଶ ଚୌଧୁରୀ, ରାଜକୁମାର ଜୈନ, ଜ୍ୟୋତ୍ସ୍ନା ବଗର୍ତ୍ତୀ, କାଲିଆ ଚୌଧୁରୀ, ସିଧାର୍ଥ ନାଏକ, ଜଳନ୍ଧର ନାଏକ, ଯୋଶୋଦା ନାଗ, ରାଜକୁମାରୀ ସରାଫ, ଇନ୍ଦ୍ରଜିତ ମହାକୁଡଙ୍କ ସମେତ ଅନେକ ମାନ୍ୟଗଣ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।ତେବେ ଆଜିର ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ନେତୃବୃନ୍ଦ। କଂଗ୍ରେସ ନେତୃବୃନ୍ଦ କହିଛନ୍ତି ଯେ, ଓଡ଼ିଶାରେ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ପୂର୍ବର ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାର କ୍ରମାଗତ ଭାବରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାରେ ଓବିସିଙ୍କ ଜନସଂଖ୍ୟା ୫୪% ଥିବା ବେଳେ ମଣ୍ଡଳ କମିସନଙ୍କ ସୁପାରିସ ଅନୁସାରେ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବା କଥା। ମାତ୍ର ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ।ଓଡ଼ିଶାରେ କଂଗ୍ରେସ ସରକାର ଥିବା ସମୟରେ ଓବିସି ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ସୁବିଧା ଥିଲା। ୨୦୦୭ ମସିହାରେ ବିଜେଡି ସରକାର ଏହାକୁ ଉଚ୍ଛେଦ କରିଦେଲେ। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଆସିଲା ପରେ ଓବିସିଙ୍କ ପ୍ରତି କ୍ରମାଗତ ଅବହେଳା ଜାରି ରହିଛି।ଏହାସହ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଜେପିର କମ୍ପାନି ପ୍ରୀତି ପାଇଁ ଆଦିବାସୀଙ୍କର ଭିଟାମାଟି ହଡ଼ପ ପାଇଁ ଚକ୍ରାନ୍ତି ଚାଲିଛି। ରାଜ୍ୟ ଜଙ୍ଗଲ ଆଇନ ଅନୁସାରେ ଆଦିବାସୀଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ସେମାନଙ୍କ ଜମି ହଡ଼ପ କରିବା ନିନ୍ଦନୀୟ। ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଏଥିପାଇଁ ରାଜ୍ୟ ବିଜେପି ସରକାରର ଉଦାସୀନତା ହିଁ ଦାୟୀ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post