ଜଗତସିଂହପୁର,ତା-୧୮.୦୬.୨୦୨୫/ସୁମନ୍ତକୁମାରଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ଭାବନା ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ର ସୁ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ସମ୍ବିତ୍ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏଥିପ୍ରତି ସତର୍କ ହେବାସହ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆବଶ୍ୟକୀୟ ସୁବିଧା ଓ ସୁଯୋଗ ଏବଂ ନୂତନ ଉପକରଣ ର ବ୍ୟବହାର ଜିଲ୍ଲା କୁ ମଜବୁତ୍ କରିପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଆଜିର ଟେବୁଲ ଟପ୍ ଏକ୍ସରସାଇଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆସନ୍ତା କାଲି ୧୯ ଜୁନ ରେ ଜିଲ୍ଲା ରେ ଥିବା ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ। ଏହି ମକ୍ ଡ୍ରିଲ ରେ ବାତ୍ୟା ଆଶ୍ରୟସ୍ଥଳୀ ର ସମସ୍ତ ସଦସ୍ୟ, ପରିଚାଳନା କମିଟି, ସ୍ଥାନୀୟ ପ୍ରତିନିଧି ମାନେ ଅଂଶଗ୍ରହଣ କରିବେ। ଆଶ୍ରୟସ୍ଥଳୀ ରେ ଥିବା ଜେନେରେଟର, ଆସ୍କା ଲାଇଟ୍, ପାୱାର କଟର, ପାନୀୟଜଳ, ଶୌଚାଳୟ, ମହିଳା ମାନଙ୍କ ପାଇଁ ସୁବିଧାସୁଯୋଗ ଆଦି ଠିକ୍ ଅଛି କି ନାହିଁ ଏବେଠାରୁ ଧ୍ୟାନ ରେ ରଖି ତାହାର ମରାମତି, ପରିଚାଳନା ଆଦି ଉପରେ ଆଲୋକପାତ କରାଯିବ। ବୈଠକ ରେ ଆସନ୍ତା କାଲି ହେବାକୁଥିବା ଆଶ୍ରୟ ସ୍ଥଳୀ ସ୍ତରୀୟ ମକ୍ ଡ୍ରିଲ ଉପରେ ଆଲୋକପାତ ହୋଇଥିଲା । ବର୍ତ୍ତମାନ ଆଶ୍ରୟ ସ୍ଥଳ ଗୁଡିକର ଅବସ୍ଥା ଏବଂ ଆବଶ୍ୟକ ଥିବା ସୁବିଧା ଗୁଡିକର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ସଦସ୍ୟ ମାନଙ୍କୁ କୁହାଯାଇଥିଲା । ଏହି ବୈଠକରେ ଯୋଗଦେଇ ଓସଡମା ର ଜି.ଏମ୍ ଶ୍ରୀ ଧରଣୀ ଧର ପ୍ରଧାନ କହିଲେ ବିପର୍ଯ୍ୟୟ ପାଇଁ ଆମେ ପ୍ରାଥମିକ ସ୍ତରରେ ସଜାଗ ରହିବା । ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ଆନ୍ତଃ ବିଭାଗୀୟ ସମନ୍ଵୟ ଓ ସହଯୋଗ ର ଆବଶ୍ୟକତା ରହିଛି । ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ପ୍ରସ୍ତୁତି ବିଷୟ ରେ କହିଥିଲେ। ଜିଲ୍ଲା ଆପାତକାଳୀନ ଅଧିକାରୀ ସୁଶ୍ରୀ ଅନିଶା ଦାସ ସଭା ପରିଚାଳନା କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ବିଭାଗ କୁ ଯାହା ସାହାଯ୍ୟ ଆବଶ୍ୟକ ପ୍ରଶାସନକୁ ଅବଗତ କରାଇବା ପାଇଁ କହିଥିଲେ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ । ଏହି ବୈଠକରେ ପୌର ପରିଷଦ,ସ୍ୱାସ୍ଥ୍ୟ, ଶିକ୍ଷା, ଅଗ୍ନିଶମ, ଟିପିସିଓଡିଏଲ୍, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ସାମାଜିକ ସୁରକ୍ଷା, କୃଷି, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ର ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post