ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗ ପାଠ୍ୟକ୍ରମ ଖୋଲିଲା । ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ତା. ୧୩.୦୬.୨୦୨୫ ରିଖ ପତ୍ର ସଂଖ୍ୟା ୭୮୧୯ ଅନୁଯାୟୀ ବାଣିଜ୍ୟ ବିଭାଗରେ ୩୨ ସିଟ୍ ପାଇଁ ଅନୁମତି ମିଳିଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀ ମାନେ ନାମ ଲେଖା ପାଇଁ ଆବେଦନ କରିପାରିବେ । ବାଧ୍ୟତାମୂଳକ ମୂଳକ ଭାବେ ଇଂରାଜି ଏବଂ ଏମ ଆଇ ଏଲ ବିଷୟ ସହିତ ଇଚ୍ଛାଧୀନ ବିଷୟ ଭାବରେ (ଆକାଉଣ୍ଟାନ୍ସି, ବି ଏସ୍ ଏମ, ବି ଏମ୍ ଏସ୍, ଆଟି, ବି ଆଇ ସିଏ), ଫଣ୍ଡାମେଣ୍ଟାଲ ଅଫ୍ ଏଣ୍ଟରପ୍ରିନରସିପ୍ ଆଣ୍ଡ କଷ୍ଟ ଆକାଉଣ୍ଟିଙ୍ଗ୍, ଫଣ୍ଡାମେଣ୍ଟାଲ ଅଫ୍ ଏଣ୍ଟରପ୍ରିନରସିପ୍ ଆଣ୍ଡ ଫଣ୍ଡାମେଣ୍ଟାଲ ଅଫ୍ ମ୍ୟାନେଜମେଣ୍ଟ ଆକାଉଣ୍ଟିଙ୍ଗ୍ ବିଷୟ ଗୁଡ଼ିକ ରହିଛି । ସୂଚନା ଥାଉକି ୧୯୭୮ ମସିହାରେ ଓଡ଼ଗାଁ କଲେଜ ସ୍ଥାପନା ସମୟରୁ ଆଏ ଓ ଆଇକମ (କଳା ଏବଂ ବାଣିଜ୍ୟ) ବିଭାଗରେ ଏବଂ ପରବର୍ତ୍ତୀ ସମୟରେ ବିଏ ଓ ବିକମ୍ (କଳା ଏବଂ ବାଣିଜ୍ୟ) ବିଭାଗରେ ପାଠ୍ୟକ୍ରମ ଚାଲୁରହିଥିବା ବେଳେ ପରବର୍ତି ସମୟରେ କୈାଣସି କାରଣରୁ ବାଣିଜ୍ୟ ବିଭାଗରେ ଛାତ୍ରଛାତ୍ରୀଙ୍କ ନଗଣ୍ୟ ଉପସ୍ଥିତି ଫଳରେ ୨୦୦୫ ମସିହା ପରଠାରୁ ବାଣିଜ୍ୟ ବିଭାଗ ଓଡ଼ଗାଁ କଲେଜରୁ ବନ୍ଦ ରହିଥିଲା । ସାମ୍ପ୍ରତିକ ସମୟରେ ବାଣିଜ୍ୟ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପ୍ରକାଶ ପାଇଥିବାରୁ କଲେଜ ପ୍ରଶାସନ ତରଫରୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସୁପାରିଶ କ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଫଳରେ ଏଥିନିମନ୍ତେ ଅନୁମତି ପାଇବା ପରେ ଶିକ୍ଷା ପ୍ରେମୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.