ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର

9

ଛାତ୍ରୀଙ୍କୁ ଚକ୍ଷୁ ସୁରକ୍ଷା ଓ ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାର ନେଇ ସଚେତନତା

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟର ପକ୍ଷରୁ ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଚକ୍ଷୁର ଯତ୍ନ ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।
ଛାତ୍ରୀମାନଙ୍କୁ ଆବଶ୍ୟକତା ଅନୁସାରେ ଚଷମା ବ୍ୟବହାର, ନିୟମିତ ଭାବେ ଚକ୍ଷୁର ଯତ୍ନ ନେବା ସହ ମୋବାଇଲ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ସ୍କ୍ରିନ୍‌ର ସୀମିତ ବ୍ୟବହାର ନେଇ ପରାମର୍ଶ ଦିଆଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ରାଣୀ ଧଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ୍ସ ରାକେଶ କୁମାର ସିଂ, ସଭାପତି ଶୁଶୀଲ କୁମାର ରାଉତ, ଜୋନ୍ ଚେୟାରପର୍ସନ୍ ପ୍ରକାଶ ଚନ୍ଦ୍ର ଧଳ, ପ୍ରଗତୀ ଗୁପ୍ତା, ସମ୍ପାଦକ ପ୍ରସାଦ ସାହୁ ଓ ଦୀପାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଚକ୍ଷୁର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର ଗାନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ବିପ୍ଳବ କୁମାର ପାଣିଗ୍ରାହୀ, ଦୀପ୍ତି ମାଧୁରୀ ଏକ୍କା, ପୁନମ ଗୁରିଆ, ଚିନ୍ମୟୀ ମଲ୍ଲିକ, ସୁପ୍ରିୟା ବେହେରା, ଗୁଞ୍ଜନ ରାଣୀ ବୁଡ଼ା, ରଶ୍ମି ରେଖା ମହାନ୍ତ, ରେଣୁକା ଦାସ ଓ ଅମ୍ବିଲତା ମହାକୁଡ ପ୍ରମୁଖ ସହଯୋଗ କରିଥିଲେ।
ଚକ୍ଷୁ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ଲାୟନ୍ସ କ୍ଲବର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.