ପଲ୍ଲୀ ଘୁଣ୍ଟାସାହି ରୁ ରଗଡିମଡା ରାସ୍ତାର ଦୁରାବସ୍ତା, ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଗ୍ରାମବାସୀଙ୍କ ଦାବି

9


ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଠିକାଦାରଙ୍କୁ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ,

ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ପଲ୍ଲୀ ଘୁଣ୍ଟାସାହି ରଗଡିମଡା ଗ୍ରାମ ଉନ୍ନୟନ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ସାଙ୍ଗକୁ ବର୍ଷା ଦିନରେ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି ହେଇଥିବାରୁ ଗମନାଗମନରେ ବାଧା ଉପୁଜୁଛି। ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କିମ୍ବା ଟିଉସନକୁ ଗଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬ ମାସ ହେଲା ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଗ୍ରାମବାସୀ ଗଭିର କ୍ଷୋଭ ପ୍ରକାଶ କରିଛନ୍ତି। ୨୦ ଦିନ ପୂର୍ବେ ଠିକାଦାର ରାସ୍ତାର ଉଭୟ ପାର୍ଶ୍ବରେ ମାଟିପକାଇ ଥିବାରୁ ବର୍ଷାଯୋଗୁଁ ଗମନାଗମନ ଅଧିକ ଜଟିଳ ହୋଇପଡିଛି। ଏପରି ସ୍ଥଳେ ଠିକାଦାର ଖୁବଶୀଘ୍ର ସଡ଼କ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟେଣ୍ଡର ମୂଲ୍ୟ ନିରୁପଣରେ ସାମାନ୍ୟ ପରିବର୍ତ୍ତନର ଆବଶ୍ୟକତା ଥିବାରୁ ବିଭାଗୀୟ ମୁଖ୍ୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରାସ୍ତାକୁ ଦେଖିବା ପରେ କାର୍ଯ୍ୟାରମ୍ଭ ହେବ। ଏବଂ ଠିକାଦାର ବର୍ତ୍ତମାନ ପକାଇଥିବା ମାଟିକୁ ବାହାର କରି ରାସ୍ତାର ଉପରିଭାଗ ସମାନ କରିବା ପାଇଁ ଆବଶ୍ୟକ ସାମଗ୍ରୀ ବ୍ୟବହାର କରିବାକୁ ନୟାଗଡ଼ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଠିକାଦାରକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.