୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫, ଏସ ଆର ଏସି ଚମ୍ପିୟାନ

0 2

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ରବିବାର ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଏସ ଆର ଏସି ଚମ୍ପିୟାନ ହୋଇଥିବା ବେଳେ ଏକ୍ସଟ୍ରିମ୍ ବ୍ଳାଷ୍ଟରସକୁ ରନରସପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏସ୍ ଆର ଏସି ଟସଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରେ ୯ ଉଇକେଟ ହରାଇ ୬୦ ରନ୍ ସଂଗ୍ରହ କରିଥିଲା । ଏହାର ମୁକାବିଲା କରିବାକୁ ଯାଇ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ୧୦.୫ ଓଭରରେ ସମସ୍ତ ଉଇକେଟ ହରାଇ ୪୧ ରନ୍ କରି ୧୯ ରନ୍ ବ୍ୟବଧାନରେ ମ୍ୟାଚ ହାରି ଯାଇଥିଲା । ଉଭୟ ଦଳ ମଧ୍ୟରେ ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇ ଥିବାରୁ ଦଳିୟ ସ୍କୋର କମ ରହିଥିଲା । ଚମ୍ପିୟାନ ଦଳର ବାଲିଆ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ୩ୟ ରନରସପ୍ ଭାବେ ସ୍କାଏ ଓ୍ବାକରସ, ଦ୍ବିତୀୟ ରନରସପ୍ ଇଲେଭେନ ଏମ୍ପରର ହୋଇଥିବା ବେଳେ ବେଷ୍ଟ ବୋଲର ଭାବେ ବାଲିଆ ଏବଂ ବେଷ୍ଟ ବ୍ୟାଟ୍ସମ୍ୟାନ୍ ପ୍ରଦିପ ହୋଇଥିଲେ । ଆଜିର ସକାଳ ବେଳେ ୨ ଟି ସେମିଫାଇନାଲରେ ୪ ଦଳ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସ୍ବତନ୍ତ୍ର ଅତିଥି ଭାବେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ କୁମାର ମିଶ୍ର, ଅଧିବକ୍ତା ଇନ୍ଦୁ ଭୂଷଣ ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ସଂଗ୍ରାମ ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫( ଓସିଏଲ) ୯ ଦିନଧରି ଚାଲିଥିବା ବେଳେ ଆଜିର ଫାଇନାଲ ମ୍ୟାଚ୍ ମଧ୍ୟ ସୁଚାରୁରୂପେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.