କଳାବ୍ୟାଜ ପିନ୍ଧିଲେ ଓଡ଼ଗାଁ ବନକର୍ମଚାରୀ,୨୨ ତାରିଖରୁ ସାମୁହିକ ଛୁଟିରେ ରହିବେ

0 2

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବନରଖି ଓ ବନପାଳ ମାନେ ରବିବାର ଠାରୁ କଳାବ୍ୟାଜ ପିନ୍ଧି ସରକାରଙ୍କ ନିକଟରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି । ସୂଚନା ଥାଉକି ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବନରଖି ପ୍ରଲ୍ଲାଦ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଦୋଷିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା, ନାବାଳିକା ଝିଅର ମାଗଣା ପାଠପଢା ସହ ସରକାରୀ ଚାକିରୀରେ ଥଇସ୍ଥାନ କରିବା । ଏଥିସହିତ ଫରେଷ୍ଟ କମିସନ ଗଠନ, ବିମା ସହିତ ଅନ୍ୟାନ୍ୟ ଦାବି ଗୁଡ଼ିକ ପୁରଣ କରିବା ନିମନ୍ତେ ଓଡ଼ଗାଁ ବନାଞ୍ଚଳର ବନକର୍ମଚାରୀ ବନପାଳ ସରିତା ବରାଳ, ମନୋଜ ସେଠୀଙ୍କ ସହ ବନରଖି ସୈାମ୍ୟରଞ୍ଜନ ଦଳେଇ, ମାନସ ରଞ୍ଜନ ମିଶ୍ର, ଦିଲିପ୍ ପ୍ରଧାନ, ସୁନିଲ କୁମାର ନାୟକ, ବିଶ୍ବଜିତ ସାମନ୍ତରାୟ, ବିନତି ପାଲଟା ସିଂ, ଦିପ୍ତିମୟୀ ରାଉତ, ଅଲିଭା ବରାଳ, କବିର ସାହୁ ପ୍ରମୁଖ ସେମାନଙ୍କ ଦାବିକୁ ସମର୍ଥନ ଜଣାଇ କଳା ବ୍ୟାଚ ପରିଧାନ କରିଛନ୍ତି ।

Leave A Reply

Your email address will not be published.