ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସକାଳେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ସକାଳ ୧୧ ଘଣ୍ଟା ୨୦ ମିନିଟ୍ ସମୟରେ ବେଲଗୁଣ୍ଠା ଆଳିଆ ସାହିର ବାଦଲ ଖଣ୍ଡୁଆଳ ଏକ ସ୍କୁଟିରେ ଏକ ଭୋଜିରେ ଯୋଗ ଦେବା ପାଇଁ ବେଲଗୁଣ୍ଠାରୁ କୁମାରଶୁଣି ଅଭିମୁଖେ ଯାଉଥିଲେ I ଏହି ସମୟରେ ପଥରାପଲ୍ଲୀ ନିକଟରେ ଏକତାଳର ଗଣେଶ ପ୍ରଧାନ ବାଲିପଦର ପଟୁ ଏକ ମୋଟରସାଇକେଲ୍ ରେ ଆସି ବାଦଲ ସହିତ ମୁହାମୁହିଁ ଧକ୍କା ହୋଇଥିଲା I ଫଳରେ ବାଦଲ ଗୁରୁତର ଭାବେ ଆହତ ହୋଇଥିଲେ I ବାଦଲର ଗୋଡ଼, ଛାତି, କାନରେ ଗଭୀର କ୍ଷତ ହୋଇଥିଲା I ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ୧୦୮ ଯୋଗେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ପଠାଇ ଦେଇଥିଲେ I ଖବର ପାଇ ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ଗଣେଶକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁ୍ଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.
Next Post