ଟିଟିଲାଗଡ଼/ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଓଡ଼ିଶା ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମ ପଞ୍ଚାୟତରେ ଏକ ଉତ୍ସବମୟ ଉପଲବ୍ଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବର୍ତ୍ତମାନ ର ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଯାହାଙ୍କର ଉଦବୋଧନ ଜନମାନସକୁ ହୃଦୟସ୍ପର୍ଶୀ ଭାବେ ଅନୁଭୂତି ଦେଇଛି। ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସୁମନ କଲ୍ୟାଣ ରଣା।
ଏହି କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀଯୁକ୍ତ ଶୁବାଶିଷ ଶତପଥୀ, ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ତାଣ୍ଡି, ସମିତି ସଭ୍ୟ ଶ୍ରୀଯୁକ୍ତ ସଞ୍ଜୟ ଲାଲ୍ ଜାନୀ, ଇନଚାର୍ଜ ଜିପିଡିଓ ଦେବାଶିଷ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ କୁମାରୀ ପଳ୍ଳବି ସାହୁ, ଏଡିଇଓ ଶ୍ରୀଯୁକ୍ତ ରାଜକୁମାର ଶର୍ମା, ଯୋଗାଣ ଅଧିକାରୀ, ବିଏସଏସଓ, ଆଇସିଡିଏସ, ଓଏଲଏମ, ମେଡିକାଲ ଟିମ୍, ଶ୍ରମିକ ଅଧିକାରୀ, ଆର୍ଆଇ ଟିମ୍, ଫରେଷ୍ଟ ଟିମ୍, ରୁରାଲ୍ ହାଉସିଙ୍ଗ୍ ଟିମ୍, ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା, SC/ST ଡିଭେଲପମେଣ୍ଟ ଅଫିସର, ମୋ ସେବା କେନ୍ଦ୍ର ଟିମ୍ ଆଦି ଉପସ୍ଥିତ ଥିଲେ |
ବିଧାୟକ ଜୈନ ଏହି ଉତ୍ସବରେ ବିଭିନ୍ନ ସରକାରୀ ସେବା ଓ ଲାଭ ସାର୍ବଜନୀନ କରିଥିଲେ। ବିଶେଷକରି ନିମ୍ନଲିଖିତ ସେବା ଓ ଘୋଷଣା ସମ୍ପ୍ରଦାନ ହୋଇଥିଲା: ସେଗୁଡିକ ହେଲା ରାସନ୍ କାର୍ଡ ବଣ୍ଟନ, ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଜମିହୀନ ମାନଙ୍କୁ ଜମିପଟ୍ଟା ବଣ୍ଟନ, ଲେବର୍ କାର୍ଡ ବଣ୍ଟନ, ଏମଜିନରେଗା ର କାର୍ଯ୍ୟପତ୍ର ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ, ହର୍ ଘର ନଳ୍ ହର୍ ଘର ଜଳ୍ ଯୋଜନାରେ ପାଇପ୍ ଯୋଗେ, ଗ୍ରାମକୁ ଜଳ ପ୍ରଦାନ ପାଇଁ ପ୍ରତିଶ୍ରୁତି, ଦାଦନ କାର୍ଯ୍ୟରେ ସୁଦୃଢ ହସ୍ତକ୍ଷେପ, ସୁଭଦ୍ରା ଯୋଜନା ର ସଫଳତା, ଚାଷୀ ମାନଙ୍କ ପାଇଁ ଉଠା ଜଳସେଚନ ପ୍ରକଳ୍ପର ଘୋଷଣା
ଚାଷୀ ମାନଙ୍କ ଶସ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଓ ଗ୍ରାମ ମାନଙ୍କରେ ରାସ୍ତା, ପୋଖରୀ ନବୀକରଣ ଓ ନୂତନ ନିର୍ମାଣ।
ଏହି ଉପଲବ୍ଧି ଉତ୍ସବ ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଏକ ନୂଆ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି। ଲୋକମାନେ ବିଧାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ସମୂହିକ ଉନ୍ନତି ପାଇଁ ଏକତାର ଅନୁଭୂତି ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post