ଜୟବୁଢାରଜା କ୍ରିକେଟ କପ ୨୦୧୯ : ବଗାରପାଣି ଦଲ ଚାମ୍ପିଆନ 

0

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ଜୟ ବୁଢାରଜା କ୍ରିକେଟ କପ ୨୦୧୯ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମରେ ଇନ୍ଦିରାପ୍ରିୟଦଶି’ନୀ ଯୁବକ ସଂଘ ଓ ବିଜୁ ଯୁବ ବାହିନୀ  ମାଣ୍ଡୋସିଲ ଆନୁକୁଲ୍ୟରେ ୧୯ତମ କ୍ରିକେଟ କପ ଅନୁଷ୍ଟିତ ହୋଇଯାଇଅଛି । ଗତ ୧୨/୧/୨୦୧୯ ରିଖ ଉଦଘାଟନ ମ୍ୟାଚ ସରପଞ୍ଚ ମାଣ୍ଡୋସିଲ ସରପଞ୍ଚ ଶ୍ରୀମତି ହିମାଦ୍ରୀ ପୁଟା ଉଦଘାଟନ କରିଥିଲେ। ଦୀର୍ଘ ୧୦ଦିନ ଧରି ୨୪ଟି  ଦଲକୁ ନେଇ ଚାଲି ଥିଲା।ଫାଇନାଲ ମ୍ୟାଚରେ ଲଖନା ଦଲକୁ ବଗାରପାଣି ଦଲ ହରାଇ ଚାମ୍ପିଆନ ହୋଇଥିଲେ । ଫାଇନାଲ ମ୍ୟାଚ ରେ ମୁଖ୍ୟ  ଅତିଥି ପାଇକମାଲ ବ୍ଲକ ଅଧ୍ୟକ୍ଷ  ଅଲତାପ ମହମ୍ମଦ। ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ବିଶ୍ବନାଥ ବାଗ ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ  ସରପଞ୍ଚ ନିରଞନ ଡନସନା।ଯୋଗଦାନକରି ବିଜୟି ବଗାରପାଣି ଫାଦଲା କୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଦିୟମାନ ପ୍ରତିଭା ମାନକୁ ବିଜୁ ଯୁବ ବାହିନୀ ତରୁଫରୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.