ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସଦର ନୂଆଗୁଡା ଠାରେ ଗତ ୨୯ ତାରିଖ ରେ ମା ମଙ୍ଗଳା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ମଇ ୨୯ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ନୂତନ ମା ମଙ୍ଗଳା ମନ୍ଦିର ର ସ୍ଥାୟୀ ରକ୍ଷଣା ବେକ୍ଷଣ ଓ ମନ୍ଦିର ର ଉନ୍ନତି ପାଇଁ ଶୁକ୍ରବାର ଦିନ ନୂତନ ଭାବେ ମା ମଙ୍ଗଳା ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା ।ଏଥିରେ ସଭାପତି ଭାବେ ପ୍ରଦୀପ କୁମାର ପାଢ଼ୀ,ଉପ ସଭାପତି ଆର୍ ଶଙ୍କର ରାଓ,ସମ୍ପାଦକ ଜିତେନ୍ଦ୍ର କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ପି ସୁବୁଦ୍ଧି ରାଓ ଓ କୋଷାଧ୍ୟକ୍ଷ ଭାବେ ରମେଶ ପଟ୍ଟନାୟକ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ମା ମଙ୍ଗଳା ଙ୍କ ମନ୍ଦିର ପୂଜକ ଭାବେ ଡ଼ାବୁଗାଁ ର ବିଶିଷ୍ଟ ପୂଜକ ଲାଲୁ ପାତ୍ର ଙ୍କୁ ଚୟନ କରାଯାଇଥିଲା । ଉପଦେଷ୍ଟା କମିଟି ରେ ମୋହନ ପରିଛା,କିଶୋର ସିଂ ଲାଲ,ବିନୋଦ ପଟ୍ଟନାୟକ, ଦେବି ପ୍ରସାଦ ରଥ,ସଞ୍ଜୟ ଶତପଥୀ, ମୋହନ ଖିଲ,ମନୋଜ ପାତ୍ର, ଏନ କାମେଶ୍ୱର୍ ରାଓ, ପାପନା ରେଲି,ଧବଳେଶ୍ଵର ନାୟକ, ହରେକୃଷ୍ଣ ନାୟକ ଓ ରଘୁ ବିଶୋଇ ଙ୍କୁ ଚୟନ କରାଯାଇଥିଲା । ସୂଚନା ଥାଉ କି ଡ଼ାବୁଗାଁ ରେ ମାଁ ମଙ୍ଗଳା ଙ୍କ ସ୍ଥାୟୀ ମନ୍ଦିର ନ ଥିବାରୁ ନୂଆଗୁଡା ଠାରେ ଦୀର୍ଘ ବର୍ଷ ହେଲା ଏକ ଅସ୍ଥାୟୀ ଗୃହ ରେ ମାଁ ମଙ୍ଗଳା ପୂଜା ପାଇ ଆସୁଥିଲେ। ଯୋ ଦ୍ଵାରା ଭକ୍ତ ମାନଙ୍କୁ ପୂଜାବିଧି ସମୟରେ ସ୍ଥାନ ଅଭାବ ଯୋଗୁ ହୋଇରାଣ ହେଉଥିଲେ। ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ଡ଼ାବୁଗାଁ ଗ୍ରାମ ପଞ୍ଚାୟତ ସମ୍ପାଦକ ମୋହନ ପରିଛା ଙ୍କ ପ୍ରଚେଷ୍ଟା ରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ନୁଆ ଗୁଡା ବାସି ସମ୍ପୂର୍ଣ ସହଯୋଗ କରିଥିଲେ। ଆସନ୍ତା କାଲି ରବିବାର ଦିନ ମା ମଙ୍ଗଳା ମନ୍ଦିର ପରିସରରେ ସଂକ୍ରାନ୍ତି ଉପଲକ୍ଷେ ପରିଚାଳନା କମିଟି ତରଫରୁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯିବ ବୋଲି ପରିଚାଳନା କମିଟି ସୂତ୍ରରୁ ପ୍ରକାଶ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ପାଢ଼ୀ,ରାଜେନ୍ଦ୍ର କୁମାର ମିଶ୍ର ,ଗୋପାଳ କୃଷ୍ଣ ପାତ୍ର,ଶ୍ରୀଧର ବିଶୋଇ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post