ଭବାନୀ ପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ତିନୋଟି ସ୍ଥାନରେ ଭାବନିପାଟଣା ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଧର୍ମଗଡ ଠାରେ ଆଜି ‘ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ’ “ରଜ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ, ସୁଧିର ରଞ୍ଜନ ପଟ୍ଟଯୋଷି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଯୋଗଦେଇ ରଜ ପର୍ବ ପାଳନ ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷlବବିତା ପଟ୍ଟଯୋଷି, ଜିଲ୍ଲା ସଂସ୍କୃତି ଅଧିକାରୀ ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଉପ-ନିର୍ଦ୍ଦେଶକ (ପ୍ଲାନିଂ),ଶ୍ରୀକାନ୍ତ ଦଲେଇ, ଜିଲ୍ଲା ସମାଜ କଲ୍ୟାଣ୍ୟ ଅଧିକାରୀ ମଜିବୁନ ନିଷା , ପ୍ରୋଟେକ୍ସନ ଅଫିସର ସୁଚରିତ ମହାପାତ୍ର, ଫୁରଲେନସିଆ ସୋରେନ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଆଦିକରି ଶୈଳେନ୍ଦୁ ଶେଖର ମହାପାତ୍ର, ଜେ.ଜେ.ବି. ସଦସ୍ୟ ସ୍ଵର୍ଣଲତା ମହାନ୍ତି , ଏଡ ଏଟ ଆକ୍ସନ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି, ଜିଲ୍ଲା ମହିଳା ହବ୍ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ପିରାମଳ ଫାଉଣ୍ଡେସନ କର୍ମୀ, ସୁପରଭାଇଜର, ଅଙ୍ଗନବଡି କର୍ମୀ , କିଶୋର ବାଳକ ଏବଂ ବାଳିକା ମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ କିଶୋର କିଶୋରୀ ମାନଙ୍କ ଦ୍ବାରା ପୁଚି, କବlଡ଼ୀ, ରଜ ମୁକୁଟ ତିଆରି, ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବହୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରଜ ଉତ୍ସବ ସମୟରେ ଅଦ୍ବିକା କିଶୋରୀ ସୁଭଦ୍ରା ଦିବସ ପାଳନର ଲକ୍ଷ୍ୟ ହେଉଛି ଏହି କାର୍ଯ୍ୟକ୍ରମରେ ପ୍ରତୀକାତ୍ମକ ଗଭୀରତା ଏବଂ ଜନ ଆକର୍ଷଣ ଯୋଡିବା, କିଶୋରମାନଙ୍କ ସ୍ୱର, ଆକାଂକ୍ଷା ଏବଂ ଅଧିକାରକୁ ପ୍ରଦର୍ଶନ କରିବା ପାଇଁ ଏକ ଉତ୍ସବମୁଖୀ କିନ୍ତୁ ସଶକ୍ତୀକରଣ ମଞ୍ଚ ସୃଷ୍ଟି କରିବା। ଏହି ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଉତ୍ସାହ ଏବଂ ଅଂଶଗ୍ରହଣର ଭାବନାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରେ। ବିଜେତାମାନଙ୍କୁ ମୁଖ୍ୟ ଅତିଥିଙ୍କ ହସ୍ତରେ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମଟି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଧର୍ମଗଡ, ଭବାନୀପାଟଣା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଦ୍ୱାରା ଆୟୋଜିତ କରାଯାଇଥିଲା ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ କଳାହାଣ୍ଡି ଦ୍ୱାରା ସହଯୋଗ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ମହିଳା ହବ୍ର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post