ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମିନାର ହଲ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତ ଦାତା ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗା ଦତ୍ତ ଦାସ ଓ ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୋନପୁର ସ୍ମିତା ଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରକ୍ତଦାନ କରିବା, ନୁଆଆଶା ଭରିବା, ସମ୍ମିଳିତ ପ୍ରୟାସରେ ପ୍ରାଣ ରକ୍ଷା କରିବା ଉପରେ ବିଷଦ ଭାବରେ ଆଲୋଚନା କରି ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟ ରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା , ଧୁମପାନରୁ ସମ୍ପୂର୍ଣ ମାତ୍ରାରେ ମୁକ୍ତ ରହିବା, ଯୋଗ ଓ ଧ୍ୟାନ ଅଭ୍ୟାସ କରିବା ଉପରେ ସମସ୍ତ ଙ୍କୁ ସଚେତନତା ବାର୍ତା ପ୍ରଦାନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ବୁଝାଇ ଥିଲେ । ଆଜିର ଦିବସ ଅବସରରେ ୧୫ଜଣ ବ୍ୟକ୍ତି ବିଶେଷ ରକ୍ତ ଦାନ କରିଛନ୍ତିl
ଉକ୍ତ ସଭାରେ ବିଭିନ୍ନ ସାମାଜିକ ତଥା ସ୍ବେଛାସେବୀ ସଂଗଠନର ମୁଖ୍ୟ କର୍ମକର୍ତା ବୃନ୍ଦ, ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ , ନର୍ସିଂ ଅଫିସର ,ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଜଗତ ଦରୱାନ ସହଯୋଗ କରିଥିଲେ। ଉକ୍ତ ସଭାରେ ଜୀବନ ଯାକ ମଧ୍ୟରେ ୫୨ ଥର ରକ୍ତଦାନ କରି ନୂତନ ରକ୍ତଦାତାଙ୍କୁ ପ୍ରେରଣା ଯୋଗାଇଥିବା ପୋଲିସ ହାବିଲଦାର ମନୋଜ ପଣ୍ଡା, ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଢା ରଜା ୟୁଥ ଆସୋସିଏସନର ଶିବ ଶଙ୍କର ନାଏକ, ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛଭାରତ ସଂଗଠନର କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ନୂତନ ରକ୍ତ ଦାତାଙ୍କୁ ନିଜ ନିଜ ବକ୍ତବ୍ୟରେ ମାଧ୍ୟମରେ ଉତ୍ସାହିତ କରିଥିଲେ l ଜିଲ୍ଲା ପୋଲିସ ଆସୋସିଏସନର ସଭାପତି ଦିନେଶ ମିଶ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.