ଗୋଲଡେନ ଇଗଲ ପୁରସ୍କାର ପାଇଲେ ବିଶ୍ଵ କବି ଡ଼. ପ୍ରସନ୍ନ ଦଳେଇ

0 2

ବେଲଗୁଣ୍ଠା-:-(ଶିବରାମ ଚୌଧୁରୀ )–:କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅତି ନିପଟ ମଫସଲ ଗାଁ ନନ୍ଦିଆ ଗଡ଼ ରୁ ଜନ୍ମିତଡ଼. ପ୍ରସନ୍ନ ଦଳେଇ ଙ୍କୁ ତାଙ୍କର ଇଂରାଜୀ ସାହିତ୍ୟରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନଜନକ ଗୋଲଡ଼େନ ଇଗଲ ପୁରସ୍କାର ବର୍ଷ 2025 ପାଇଁ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ। ସବୁ ବର୍ଷ ପରି ଏହି ପୁରସ୍କାର ପୃଥିବୀର ବଳିଷ୍ଠ ଲେଖକ ଙ୍କୁ ଦିଆଯାଇଛି। ତାଙ୍କର ଏହି ସଫଳତା ସେ ତାଙ୍କର ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି।ବାସ୍ତବ ରେଡ଼.ଦଳେଇଙ୍କ ଏହି କୃତ କାର୍ଯ୍ୟ ଆଗାମୀ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ
ଅଟେ। ତାଙ୍କର ନିଷ୍ଠାପର ସେ ଆଜି ସାରା ବିଶ୍ଵରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଜଣେ ଏକାଧାରରେ କବି, ସୁଲେଖକ, ସମାଜସେବୀ, ମେଳାପୀ ଏବଂ ମିଷ୍ଟ ଭାଷୀ ଅଟନ୍ତି । ବର୍ତ୍ତମାନ ସେ କବିସୂର୍ଯ୍ୟବଳଦେବ ବିଜ୍ଞାନ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଭାବେ ନିଜର ଦାୟିତ୍ଵ ସମ୍ପାଦନ କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳର ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Leave A Reply

Your email address will not be published.