ହିଞ୍ଜିଳି ସହର ମୋହନ କଲୋନୀର ବାସୁଦେବ ମୁନି ନାମକ ଜଣେ ବାଟେକ୍ ଛାତ୍ର ଦୁର୍ଘଟଣା ର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି ଓ ଅନ୍ୟ ୮ ଜଣ ସାଙ୍ଗ ଗୁରୁତର ଅବସ୍ଥାରେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଉକ୍ତ ସମସ୍ତେ ନିଜ ସାହିରେ ସିଦ୍ଧ ବିନାୟକ ପୁଜା ନିମନ୍ତେ ଏକ ଅଟୋ ଯୋଗେ ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ହାଣ୍ଡି ଘର ଗ୍ରାମ କୁ ଯାଉଥିବା ବେଳେ ହିଞ୍ଜିଳି ର ଅନତୀ ଦୁର ଜାମୁନି ବୁରୁତୁଳୁ ନିକଟରେ ଭାରସାମ୍ୟ ହରାଇ ଅଟୋ ରିକ୍ସା ଓଲଟି ପଡିଥିଲା ଓ ସେଥିରେ ବସିଥିବା ସମସ୍ତ ଯାତ୍ରୀ ତଳେ କଚାଡି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତେ ନିଜ ନିଜର ଅନ୍ୟ ସାଙ୍ଗ ସହଯୋଗ ରେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡ଼ାକ୍ତର ବାସୁଦେବ କୁ ମୃତ ଘୋଷଣା କରିଥିଲେ। ଏହି ଭଳି ଖବର ପାଇ ହିଞ୍ଜିଳି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.