ଅପମିଶ୍ରିତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ ।

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ମୁଖ୍ୟ ଅତିଥି ଭାବେ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣପୁର ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର, ଗୁଣପୁର ପୌର ପରିଷଦ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସିଓ ସଙ୍ଗୀତା ପଟ୍ଟନାୟକ, ଉପ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ରାଧାସେଠୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ପୌର କାର୍ଯ୍ୟାଳୟ କର୍ମଚାରୀ, ପୋଲିସ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଚାର ରଥ ଗୁଣପୁର ଅବକାରୀ ରେଞ୍ଜ ମଧ୍ୟରେ ଥିବାସମସ୍ତ ଗ୍ରାମ, ପଡାକୁ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଅବକାରୀ ନିରୀକ୍ଷକ ସୂଚନା ଦେଇଥିଲେ । ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ପାରିବାରିକ ଅଶାନ୍ତି, ଆର୍ଥିକ ଅନଟନ, ମାନସିକ ଅବସାଦ ଭଳି ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ିବା ସହ ନିଜେ ନିଜକୁ ମାରିବା ରାସ୍ତା ଆପଣେଇ ନେବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅବକାରୀ ସହକାରୀ ନିରୀକ୍ଷକ ଦିବାକର ମହାପାତ୍ର ଓ ଅବକାରୀ କାର୍ଯ୍ୟାଳୟର କର୍ମଚାରୀ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.