ପଦ୍ମପୁର /ଶିବାଶିଷ ପଟ୍ଟନାୟକ:– ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ବିଦ୍ୟାଦାତ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କର କଳମରୁ ଝରି ପଡିଥିବା ବିଭିନ୍ନ ଗଳ୍ପ, କବିତା ଓ ଚିତ୍ର ର ସମାହାର ପ୍ରାଚୀର ପତ୍ରିକା ଅରୁଣ କୁ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦ ସଭାପତି ସଦସ୍ୟ ଡ. ବାଞ୍ଛାନିଧି ପଣ୍ଡା ଦୀପ ପ୍ରଜ୍ବଳନ ପୂର୍ବକ ଉନ୍ମୋଚନ କରିଥିଲୋ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ , ସଭାପତି ପୃଥିରାଜ ସାହୁ , ଉପସଭାପତି ଗୋପାଳ କୃଷ୍ଣ ମିଶ୍ର , ସଂମ୍ପାଦକ ଜନକଲାଲ ମେହେର ,ସଂକୁଳ ପ୍ରମୁଖ ଡ. ଦ୍ଵାଦଶ କୁମାର ପ୍ରଧାନ , କୋଷାଧକ୍ଷ ଘନଶ୍ୟାମ ପୁଞ୍ଜି ,ପରିଚାଳନା ସମିତିର ସଦସ୍ୟ ସଦସ୍ୟା , ପୂର୍ବତନ ଛାତ୍ର ଛାତ୍ରୀ , ମାତୃଭାରତୀ ର ସଭ୍ୟା , ପୁରାତନ ଛାତ୍ର ଛାତ୍ରୀ, ପୁରାତନ ଗୁରୁଜୀ, ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିର ପରିସରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶ୍ରୀଗଣେଶଙ୍କ ଠାରେ ପୂଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

ଶ୍ରୀ ଗଣେଶଙ୍କ ପୂଜା ଏବଂ ମନ୍ତ୍ରୋଚ୍ଚାରଣ ସମସ୍ତ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଥିଲା। ବିଦ୍ୟାମନ୍ଦିର ବିଭାଗରେ ଶ୍ରୀଯୁକ୍ତ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ ।