ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଆଦ୍ଵିକା-କିଶୋରୀ ରଜ ଉତ୍ସବ ପାଳିତ ହୋଇ ଯାଇଛି । ସୁଭଦ୍ରା ଯୋଜନା ମଧ୍ୟମରର ଶିଶୁ ମାନଙ୍କ ମାନସିକ, ବୌଦ୍ଧିକ, ଖେଳ, ନୃତ୍ୟ, ସଂଙ୍ଗିତ, ପୋଷଣ ଉନ୍ନତି ନିମନ୍ତେ ସଚେତନତା ତଥା ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ମୁଖ୍ୟ ଅତିଥି, ଉପଖଣ୍ଡ କାର୍ଯ୍ୟକ୍ରମ ଅଧିକାରୀ କଳ୍ପନା ମହାଙ୍କୁଡ଼, ପଦ୍ମପୁର ଶିଶୁ ବିକାଶ ଯୋଜନା ଅଧିକାରୀ ଅନିତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉପ ଜିଲ୍ଲାପାଳ ରଜ ଦୋଳିର ଶୁଭାରମ୍ଭ କରିବା ସହ ରଜ ସୁନ୍ଦରୀ ମାନଙ୍କୁ ମୁକୁଟ ପିନ୍ଧାଇବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କିଶୋରୀ ମାନଙ୍କୁ ଉତ୍ସାହିତ କରିଥିଲେ । ମାଝୀଗୌରୀ ସମ୍ପାଦିକା ପିଙ୍କି ମହାପାତ୍ର, ଜଳତାର ଉଚ୍ଚ ବିଦ୍ୟାଳୟ ପିଇଟି ନନ୍ଦିତା ପଣ୍ଡା ପ୍ରମୁଖ ମଞ୍ଚସିନ ଥିଲେ । ଶିଶୁ ମାନଙ୍କ ଭିତରେ ଚିତ୍ରଙ୍କନ, ନୃତ୍ୟ, ଖୋଖୋ ଖେଳ, ରଜ ସୁନ୍ଦରୀ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକର ପୂର୍ବତନ ପଞ୍ଚାୟତ ଉନ୍ନୟନ ଅଧିକାରୀ ପି ଦିବାକର, ଶିଶୁ ବିକାଶ ସୁପରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।