ବେଲଗୁଣ୍ଠାରେ ବିକାଶ ବାହାନ ଯାତ୍ରା ଉଦ୍ଘାଟିତ

0 1

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ବିକାଶ ବାହାନ ଯାତ୍ରାକୁ ଉଦ୍ଘାଟନ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସେହି ପରି ଲୋକମାନଙ୍କୁପାଲା ମାଧ୍ୟମରେ ସଚେତନ କରାଯାଇଥିଲା ବେଲଗୁଣ୍ଠାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନ,ବରିଷ୍ଠ ବିଜେପି ନେତା ନୀଳାଞ୍ଚଳ ମହାପାତ୍ର, ଗଙ୍ଗାଧର ଡାକୁଆ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, କାଉନସିଲର୍ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାସ,ଦିଲୀପ କୁମାର ଅଚାରୀ,ବିଶ୍ଵନାଥ ଦଳେଇ, ଜିତେନ୍ଦ୍ର ସୁବୁଦ୍ଧି, ସେବା ସମବାୟ ସମିତି ସମ୍ପାଦକ କୃଷ୍ଣଚନ୍ଦ୍ର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଗୁଡ଼ିକୁ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଆଲୋଚନା ହୋଇଥିଲା I ଏହା ସହିତ ବିକଶିତ ଓଡ଼ିଶା ଗଠନ ପାଇଁ ବିଭିନ୍ନ କ୍ଷେତ୍ରରେ ଯୁବ ପ୍ରତିଭାକୁ ସମ୍ମାନ ଦେବା ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା I

Leave A Reply

Your email address will not be published.