ଖପ୍ରାଖୋଲ ୧୨/୬ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିକାଶ ବାହାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଡିଓ ବିବେକାନନ୍ଦ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ରାଉତରାୟ , ଆକାଉଣ୍ଟ ଅଫିସର ହରେକୃଷ୍ଣ ମେହେର , ଜିପିଡିଓ ପରମେଶ୍ବର ନାଏକ, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ,ସରପଞ୍ଚ ସିମାଞ୍ଚଲ ପୁରୋହିତ , ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ ର ୨୧ ଟି ପଞ୍ଚାୟତକୁ ବିକଶିତ ବାହାନ ଭ୍ରମଣ କରିବ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ । ପରେ ବିକଶିତ ରଥ ଖପ୍ରାଖୋଲ ପଞ୍ଚାୟତ ଓ ଓଡ଼ିଆପାଲି ପଞ୍ଚାୟତ ରେ ପହଞ୍ଚିଥିଲା । ବିକଶିତ ରଥ ପଞ୍ଚାୟତ ପରିସରରେ ପହଞ୍ଚିବା ପରେ ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ଓ ପଞ୍ଚାୟତ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । ଏହି ଅବସରରେ ସରକାରଙ୍କ ତରଫରୁ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସୁବିଧା ଓ ସହାୟତା ବିଷୟରେ ଲୋକଙ୍କୁ ବାହାନ ରେ ଚାଲୁ ଥିବା ଭିଡିଓ ମାଧ୍ୟମରେ ସୂଚନା ଦିଆଯାଇଥିଲା । ଏହା ସହ ଲୋକଙ୍କ ରହିଥିବା ଅଭିଯୋଗ ସମ୍ପର୍କ ରେ ସମାଧାନ ର ବାଟ ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ର ବିଭିନ୍ନ ବିଭାଗ ର ଅଧିକାରୀ , ଶ୍ରମ ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ , ଚିକିତ୍ସା ବିଭାଗ କର୍ମଚାରୀ ଓ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.