ସମୟ ସୀମା ଠାରୁ ବିଳମ୍ବରେ ମିଳୁଛି ପ୍ରମାଣ ପତ୍ର, ସହଜରେ ମିଳିପାରୁନାହିଁ ପ୍ରମାଣ ପତ୍ର

0

 ଜମନକିରା(ଲିପନ ନାଏକ ) : ବର୍ତମାନ ରାଜ୍ୟର ବିଭିନ୍ନ ବିଦ୍ୟାଳୟ. କଲେଜ ସହିତ ଅନ୍ୟ ଟ୍ରେନିଙ୍ଗ ସେଣ୍ଟର ରେ ନାମ ଲେଖା ପ୍ରକ୍ରିୟା ଚାଲିଛି। ମୁଖ୍ୟତଃ ବିଦ୍ୟାଳୟ ଏବଂ କଲେଜ ରେ ନାମ ଲେଖା ପାଇଁ ଜାତି ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର ଏବଂ ବାସିନ୍ଦା ପ୍ରମାଣ ପତ୍ର ଆବଶ୍ୟକ ପଡିଥାଏ। ହେଲେ ଏହି ପ୍ରମାଣ ପତ୍ର ପାଇବାକୁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଥାଏ ଏବଂ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ତାରିଖ ଧାର୍ଯ୍ୟ କରାଯାଇ ଉକ୍ତ ଧର୍ଯ୍ୟ ତାରିଖ ମଧ୍ୟରେ ଏହି ପ୍ରମାଣ ପତ୍ର ପ୍ରଦାନ କରିବାର ନିୟମ ରହିଛି। ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ କାର୍ଯ୍ୟଳୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଜମନକିରା ତହସିଲ ଅଞ୍ଚଳରେ ଥିବା ୨୧ ଗୋଟି ପଂଚାୟତର ଜନସାଧାରଣ ଦୈନନ୍ଦିନ ଅନଲାଇନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରିଥାନ୍ତି l ବର୍ତମାନ ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲ ପାଠପଢା, ଆଧାର କରେଁକ୍ସନ, ଚାକିରୀ ପାଇଁ ଜାତିଗତ, ବାସିନ୍ଦା ଓ ଆୟ ପ୍ରମାଣ ପତ୍ର ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରୁଛନ୍ତି l ହେଲେ ଅନଲାଇନ ଆବେଦନ ରେ ପ୍ରମାଣପତ୍ର ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରାଯାଇଥାଏ ସେହି ସମୟ ସୀମା ଠାରୁ ଅଧିକ ଦିନ ବିତିଯାଉଥିଲେ ମଧ୍ୟ ତହସିଲ ପକ୍ଷରୁ ଛାତ୍ରଛାତ୍ରୀ ଓ ଲୋକଙ୍କ ପ୍ରମାଣପତ୍ର ପ୍ରଦାନରେ ବିଫଳ ରହୁଛି l ଅନେକ ଗ୍ରାମବାସୀ ଙ୍କ କହିବା ଅନୁଯାଇ ତହସିଲ କାର୍ଯ୍ୟଳୟ ର କିଛି କର୍ମଚାରୀ ଓ କେତେକ ଅନଲାଇନ ଦୋକାନ ର ମାଲିକ ଙ୍କ ମଧ୍ୟରେ ସଲାସୁତୁରା ରହୁଥିବାରୁ କେବଳ ସେଇ ଦୋକାନୀ ଙ୍କ ପ୍ରମାଣପାତ୍ର କୁ ଶୀଘ୍ର ପ୍ରଦାନ କରି ଦିଆଯାଉଛି l ଏବଂ ଅନ୍ୟ ଲୋକଙ୍କ ପ୍ରମାଣପାତ୍ର କୁ ବାଦ ଦିଆଯାଉଛି l ଏହି ପରି ଭାବରେ କିଛି ଦୋକାନୀ ମିଳିତ ଉଦ୍ୟମ ରେ କର୍ମଚାରୀ ମୋଟା ଅଙ୍କର ଟଙ୍କା କମାଉଥିବା ମଧ୍ୟ୍ୟ ଲୋକଙ୍କ ଅଭିଯୋଗ ହେଉଛି l ଯାହା ଫଳରେ ଏଵେ ଅନେକ ଛାତ୍ରଛାତ୍ରୀ ଠିକ୍ ସମୟରେ ତାଙ୍କ ସାର୍ଟିଫିକେଟ ପାଇ ନ ପାରି ଉଚ୍ଚ ଶିକ୍ଷା ପାଇବା ପାଇଁ ଆବେଦନରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।ଏହାକୁ ନେଇ ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସମସ୍ତ ଦୋକାନ ରୁ ଆବେଦନ କଲେ ବି ଆମେ ଯଥାଶୀଘ୍ର ପ୍ରମାଣ ପତ୍ର ପ୍ରଦାନ କରୁଛୁ। ବର୍ତମାନ ଜନ ସାଧାରଣ ନିଜେ ମଧ୍ୟ ଅନଲାଇନ କରି ସହଜରେ ପ୍ରମାଣ ପତ୍ର ପାଇପାରିବେ। କିଛି କ୍ଷେତ୍ରରେ ଯେପରିକି
ଅନ୍ୟ ଜିଲ୍ଲାରେ ରହି ଯଦି କୌଣସି ବ୍ୟକ୍ତି ଆବେଦନ କରେ ଓ ତାଙ୍କ ଠିକଣାରେ କିଛି ଭୁଲ ରହୁଛି ହେଲେ ଏଭଳି ପରିସ୍ଥିତି ରେ ଅବା ଅନଲାଇନ ଆବେଦନରେ କିଛି ତ୍ରୁଟି ହୋଇଥିଲେ ସାଧାରଣତଃ ବିଳମ୍ବ ହୋଇଥାଏ l ଏବଂ ଯେଉଁମାନଙ୍କ ସାର୍ଟିଫିକେଟ ପାଇଁ ବିଳମ୍ବ ହୋଇଛି ସେମାନଙ୍କ ଡିଟେଲଶ ଆମକୁ ଦେଲେ କେଉଁ କାରଣରୁ ବିଳମ୍ବ ହୋଇଛି ଦେଖି ତାର ସମାଧାନ କରି ଶୀଘ୍ର ପ୍ରମାଣପାତ୍ର ଦେଇଦେବୁ ବୋଲି କହିଥିଲେ l ହେଲେ ଏ ଦିଗରେ ସମ୍ବଲପୁର ଜିଲ୍ଲାପାଳ ଅନୁସନ୍ଧାନ କରି ତୁରନ୍ତ ପ୍ରଶାସନିକ କଳାକୁ ସକ୍ରିୟ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave A Reply

Your email address will not be published.