ଗାଙ୍ଗପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ;ପ୍ରାକ୍ ଖରିଫ କୃଷି, ବିଭିନ୍ନ କୃଷି ଯୋଜନା ବିଷୟରେ ଆଲୋଚନା

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ମାଆ ବୁଢି ଠାକୁରାଣୀ ମନ୍ଦିର ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବିକଶିତ କୃଷି ସଂକଳ୍ପ ଅଭିଯାନର ଗୁରୁତ୍ୱ ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇଡବ୍ଲୁଏମର ବୈଜ୍ଞାନିକ ଡା. ବି. ଏସ୍ ଶତପଥି, ସିଫାର ବୈଜ୍ଞାନିକ ଡ଼ା. ବି. ସି. ମହାପାତ୍ର,କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ -୧ ର ବୈଜ୍ଞାନିକ ଡ଼ା. ସନ୍ତୋଷ କୁମାର ସାମନ୍ତରାୟ, ଅନିତା ପାତ୍ର,ଆଇଆଇଡବ୍ଲୁଏମ ର ଡ଼ା. ଆର୍. କେ ଜେନା,କୃଷି ଜିଲ୍ଲା ଅଧକାରୀ ବ୍ୟୋମକେଶ ମିଶ୍ର, ଭଞ୍ଜନଗର,ଗୋଷ୍ଠୀ କୃଷି ଅଧିକାରୀ ଅଜିତ୍ କୁମାର ମହାପାତ୍ର, ସହକାରୀ କୃଷି ଅଧିକାରୀ ସଂଘମିତ୍ରା ଦାସ, ସହକାରୀ ମତ୍ସ୍ୟ ଅଧିକାରୀ ଶୁଭେନ୍ଦୁ ଆଚାର୍ଯ୍ୟ,ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମକର୍ତ୍ତା,ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ,ସମିତିସଭ୍ୟ ପ୍ରତିନିଧି ଅର୍ଜ୍ଜୁନ ବିଷୋୟୀ,ସମସ୍ତ ୱାର୍ଡ ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ସୁଧାଂଶୁ ଶେଖର ବିଷୋୟୀ, ବର୍ଷାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ା.ସୁତନୁ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୫୦ ଜଣ ଚାଷୀ ଭାଇ ଭଉଣୀଙ୍କୁ ଉପସ୍ଥିତ ଅଧିକାରୀମାନେ ନୂତନ ବିହନର କିସମ ସମ୍ପର୍କରେ ସଚେତନ କରିବା ସହ ଜଳବାୟୁ ପରିବର୍ତ୍ତିତ ଚାଷ, ଫସଲ ବୀମା ଯୋଜନା,ଚାଷୀ ପଞ୍ଜିକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ବିଭିନ୍ନ କୃଷି ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ,ଏଟିମ୍, କୃଷକ ସାଥି ମାନେ ଉପସ୍ଥିତ ରହି କୃଷି ପଞ୍ଜିକରଣ କାର୍ଯ୍ୟରେ ସହଯୋଗ କରିଥିଲେ।
ଶେଷରେ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ‎

Leave A Reply

Your email address will not be published.