ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତ ଉତ୍ସବ ବିଶ୍ୱାଳଙ୍କ ଧର୍ମପତ୍ନୀ ସ୍ୱର୍ଗତ କୁନ୍ଦ ବିଶ୍ୱାଳଙ୍କ ଦ୍ୱାଦଶାହ ସ୍ମୃତି ସଭା କବିସୂର୍ଯ୍ୟନଗର ବ୍ଳକ୍ ବାଉଁଶିଆ ପଂଚାୟତ ଅନ୍ତର୍ଗତ ବି.ନୁଆଁପଲ୍ଲୀ ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ କୁନ୍ଦଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା I କାର୍ଯ୍ୟକ୍ରମରେ କୁନ୍ଦଙ୍କ ସୁପୁତ୍ର ତଥା ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ସଭାପତି ପୀତବାସ ବିଶ୍ୱାଳ, ଉପସଭାପତି ବଂଶୀଧର ଗୌଡ଼, ସମ୍ପାଦକ ରମାବଲ୍ଲଭ ବେହେରା, ଗୁରୁଦେବ ପ୍ରଧାନ, ଶ୍ରୀ ଚୌଧୂରୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ କୁନ୍ଦଙ୍କ ସ୍ମୃତି ଚାରଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post