ଉତ୍ତମ ଚରିତ୍ର ଗଠନ ସହ ଶୃଙ୍ଖଳିତ ହେବା ଏବଂ ମୋବାଇଲ ଫୋନ ବ୍ୟବହାରର ସଦ୍‍ବିନିଯୋଗ କରିବା ଉପରେ ଗୁରୁତ୍ୱ

0

ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତମ ଚରିତ୍ର ସହ ଶୃଙ୍ଖଳିତ ହୋଇ ନିଷ୍ଠାର ସହ ପାଠପଢାପ୍ରତି ଅଧିକ ଧ୍ୟାନ ଦେଲେ ଛାତ୍ରୀମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ୱଳମୟ ହୋଇପାରିବ ବୋଲି ପାରଳାଖେମୁଣ୍ଡି ଠାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରୀନା ସାହୁଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସାହୁ ଆହୁରି କହିଥିଲେଯେ ଛାତ୍ରୀମାନେ ସବୁବେଳେ ଠିକ ଭାବେ ଶିକ୍ଷଣୀୟ ହୋଇ ତାକୁ ଠିକ ଭାବେ ଉପସ୍ଥାପନା କରିପାରିଲେ ହିଁ ଆଗାମୀ ପ୍ରତିଯୋଗିତା ମୂଳକ ସମାଜରେ ପ୍ରତିଷ୍ଠିତ ହୋଇପାରିବେ । ଭଲ ମଣିଷ ତଥା ଭଲ ନାଗରିକ ହେବା ପାଇଁ ଚିନ୍ତା କରି ଦୃଢ ହେବା ଏହା ହିଁ ପ୍ରକୃତ ତଥା ଉପଯୁକ୍ତ ବୟସ । ଏହି ବୟସରୁ ହିଁ ଛାତ୍ରୀମାନେ ସବୁ କ୍ଷେତ୍ରରେ ଭଲ କରିବା ସହ ଆଗୁଆ ହେବାକୁ ଆହ୍ୱାନ କରିଥିଲେ ଶ୍ରୀସାହୁ ଉପସ୍ଥିତ ଛାତ୍ରୀମାନଙ୍କୁ  । ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ମୂଳକ ସୂଚନା ଦେଇ ମୋବାଇଲ ଫୋନ ବ୍ୟବହାରରେ ଶାଳୀନତା ରକ୍ଷା କରି ତାର ସଦ୍‍ବ୍ୟବହାର କରିବା ଦିଗରେ ଛାତ୍ରୀମାନଙ୍କୁ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷା ସଂଯୋଜକ ଡ:ଶଙ୍କରପ୍ରସାଦ ବµି,  ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରେମିକା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସହିତ ମଞ୍ଚାସୀନ ଅତିଥି ମାନେ ମହାବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଅଧ୍ୟାପିକା ଡ:ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀସଂସଦ ଉପଦେଷ୍ଟା ଅଧ୍ୟାପିକା ସୌଦାମିନି ପଣ୍ଡା, ନାଟ୍ୟ ସଂସଦର ଉପସଭାପତି ସି.ଏଚ.ନିର୍ମଳା ଏବଂ ସହ ଉପସଭାପତି ମଧୁସ୍ମିତା ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତାକର୍ଷକ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.