ଭୁବନେଶ୍ୱର : ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ନେଇ ଓଡ଼ିଶାରେ ନୂତନ କରି ଗଠିତ ହୋଇଥିବା କଳିଙ୍ଗ ୟୁନୀୟନ୍ ଅଫ୍ ୱlର୍କିଙ୍ଗି ଯୋର୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠା ଦିବଶ ଅବସରରେ ଭୁବନେଶ୍ବରସ୍ଥ ହୋଟେଲ ବାଲାଜୀ ଗ୍ରାଣ୍ଡ ଠାରେ ରାଜ୍ୟ କାର୍ଯ୍ୟକାରିଣୀର ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ପ୍ରାରମ୍ଭ ରେ ରାଜ୍ୟ ସରକାର ଙ୍କ ଶ୍ରମ ବିଭାଗ ସଂଘ କୁ ସ୍ୱୀକୃତି ପ୍ରଦାନ କରି ଥିବାରୁ ଏହି ସମ୍ବଦ୍ଧରେ ଏକ ପ୍ରସ୍ତାବ ଗୃହୀତ କରା ଯାଇ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କର ଯାଇ ଥିଲା ଓ କେକ କଟାଯାଇ ଗଣମାଧ୍ୟମ ପ୍ରତିନିଧି ମାନେ ଖୁସି ମନାଇବା ସହ ପରସ୍ପର ମିଠା ଖୁଆଇ ଥିଲେ lସଂଘର ରାଜ୍ୟ ସଭାପତି ତଥା ବରିଷ୍ଟ ସାମ୍ବାଦିକ ମନୋଜ ଦାସଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ସଂଘର ବିଭିନ୍ନ ନୀତି ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ବାଇଁ , ଉପ ସଭାପତି ଦୁଃଶାସନ ନାୟକ ,କୋଶାଧ୍ୟକ୍ଷ ସୁବାସ ଚନ୍ଦ୍ର ସ୍ବାଇଁ , ଜୟସେନ୍ ପରିଡା, ଜୟକାନ୍ତ ରାଉତ , ଗଙ୍ଗାଧର ଦାଶ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ଉପରେ ବିଭିନ୍ନ ଦାବି ନେଇ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ । ବିଶେଷ କରି ଆଗାମୀ ଦିନରେ,ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିବା ପାଇଁ ନିଷ୍ପତି ନିଆଯାଇଥିଲା ଓ ଡିଶେମ୍ବର ଶେଷ ସୁଦ୍ଧା ପ୍ରତକ ଜିଲ୍ଲାର ସାଂଗଠନିକ ବୈଠକ ଶାରିବା ପାଇଁ ନିଷ୍ପତି ମଧ୍ୟ ନିଆ ଗଲା l, ଏହା ସହିତ ସାମ୍ବାଦିକ ମାନଙ୍କର ସୁରକ୍ଷା ଆଇନ , ୬୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାରୀ ଭତା ପ୍ରଦାନ , ଗୃହହିନ ସାମ୍ବାଦିକ ମାନଙ୍କୁ ଗୃହ ଯୋଗାଇବା ଓ ପ୍ରତି ବ୍ଲକରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଶେଷରେ ରାଜ୍ୟ ବରିଷ୍ଟ ଉପସଭାପତି ବିନାୟକ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୪ଟି ଜିଲ୍ଲାର ଶତାଧିକ ରାଜ୍ୟ ସଂଘର ସଦସ୍ୟ ମାନେ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.