ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଦାବୀ ପତ୍ର ପ୍ରଦାନ

0

ରାୟଗଡ: ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ଥାନୀୟ ଭାରତୀୟ ଷ୍ଟେଟ ଵ୍ୟାଙ୍କ ଅଫ ଇଣ୍ଡିଆ ମୂଖ୍ୟ ବ୍ରାଞ୍ଚ ସମ୍ମୁଖ ରାସ୍ତା ପାର୍ଶ୍ୱର ୱାର୍ଡ ନଂ. ୫ ରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ପ୍ରକାଶ ଯେ, ରାୟଗଡ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ରାୟଗଡ ମୂଖ୍ୟ ରାସ୍ତାରେ ରହିଛି l ଉକ୍ତ ରାସ୍ତାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହ ବାସ ଗୃହ ମଧ୍ୟ ରହିଛି l ଏହାସହ ଭାରତୀୟ ଷ୍ଟେଟ ଵ୍ୟାଙ୍କ ଅଫ ଇଣ୍ଡିଆର ମୂଖ୍ୟ ବ୍ରାଞ୍ଚ ସହ ନିକଟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ମଧ୍ୟ ରହିଛି l ଉକ୍ତ ରାସ୍ତା ସବୁବେଳେ ଭିଡ଼ ରହିଥାଏ l ବିଶେଷ କରି ରଥଯାତ୍ରା ସମୟରେ ଉକ୍ତ ରାସ୍ତାରେ ଭିଡ଼ ଅଧିକା ରହିଥାଏ l ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ପ୍ରାୟ ୫୦ମିଟର ଦୂରତାରେ ରାସ୍ତା ପାର୍ଶ୍ୱରେ ଏକ ବିଦେଶୀ ମଦ ଦୋକାନ ରହିଅଛି l ଦିନତମାମ ଉକ୍ତ ମଦ ଦୋକାନରେ ମଦ୍ୟପଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବାରୁ ସବୁବେଳେ ଭକ୍ତଙ୍କ ଭିଡ଼ ଲାଗିରହିଥାଏ l ସେହି ସମୟରେ ଯଦି ଉକ୍ତ ମଦ ଦୋକାନ ଖୋଲା ରହିଲେ ମଦ୍ୟପ ମାନେ ଉକ୍ତ ଦୋକାନରୁ ମଦ୍ୟପାନ କରି ବିଭିନ୍ନ ପ୍ରକାରର ଅପ୍ରିତିକର ପରିସ୍ଥିତି କରିବାକୁ ଏଡାଇ ଦିଆଯାଇନପାରେ l ତେଣୁ ଏହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଉକ୍ତ ବିଦେଶୀ ମଦ ଦୋକାନକୁ ରଥଯାତ୍ରା ଆରମ୍ଭ ଠାରୁ ଶେଷ ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ଦାବୀ ପତ୍ର ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ ସାମନ୍ତଙ୍କୁ ପ୍ରଦାନ କରିଛି l ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ସଭ୍ୟ ମନୋଜ କୁମାର ସାହୁ, ତପନ କୁମାର ଘୋଷ, ଗାଙ୍ଗାରାଜୁ ନାୟକ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.