ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ପିଏମ୍ ଶ୍ରୀ ମାନ୍ୟତା ମିଳିଛି । ସେହିଭଳି ଭାବେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟକୁ ପିଏମ ଶ୍ରୀ ମାନ୍ୟତା ମିଳିଛି । ଆଜି ଏହି ଦୁଇ ବିଦ୍ୟାଳୟକୁ ପିଏମ୍ ଶ୍ରୀ ଯୋଜନାରେ ମିଳିଥିବା ଅନୁଦାନ କାର୍ଯ୍ୟ କରିବା ପାଇଁ ଭିତ୍ତି ସ୍ଥାପନ ହୋଇଛି । ନୟାଗଡ଼ ପଞ୍ଚାୟତ ସମିତି ଆନୁକୁଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକୁ ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଭିତ୍ତି ସ୍ଥାପନ କରିଛନ୍ତି । ଏହା ସହିତ ଲାଠିପଡ଼ା ଗ୍ରାମ ପଞ୍ଚାୟତ ଜିପିଏଲ୍ଏଫ୍ କୋଠା ନିର୍ମାଣ ପାଇଁ ମଧ୍ୟ ଭିତ୍ତି ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ବିଡିଓ ଐଶୋର୍ଯ୍ୟା ଭୁୟାଁଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.