ପଦ୍ମପୁର :- ରାମେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ଉପଲକ୍ଷେ ସ୍ଥାନୀୟ ବରଗଡ଼ ରୋଡ ଠାରେ ମୀନାବଜାର ର ଆୟୋଜନ କରାଯାଇଛି। ପୂଜକ ସୁବ୍ରତ ମିଶ୍ର ପୂଜାର୍ଚ୍ଚନା କରିବା ପରେ ମୁଖ୍ୟ ଅତିଥି ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ପଦ୍ମପୁର ଥାନା ଅଧିକାରୀ ମମତା ନାୟକ ଉଦ୍ଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଯୁବନେତା ପ୍ରଶାନ୍ତ ମହାନ୍ତି, ହରିଶଙ୍କର ଅଗ୍ରୱାଲ, ରାଜୁ ଘିବେଲା କମିଟି ସଭାପତି ସୂରଜ ସାହୁ, ସମ୍ପାଦକ କମଳ ସାହୁ, ସେବକ ମେହେର, ରଞ୍ଜନ ବାରିକ, ମୌସମ ପାଗଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.