ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ରୁଖା ଚକ୍ର,ଠାକେରା ବାଣ ଦେଖିବା ପାଇଁ ବଡଦାଣ୍ଡ ଲୋକାରଣ୍ୟ ।

0 2

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅନ୍ୟତମ ପରମ୍ପରା ସମ୍ପୁର୍ଣ୍ଣ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମଙ୍ଗଳବାର ଦିନ ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାର ପରମ୍ପରା ଅତି ନିଆରା । ପଣ୍ଡା ସହି ତରଫରୁ ବାଣ ପଟୁଆରରେ ସାମିଲ ଥିବା ରୁଖା ଚକ୍ର ଗଣ୍ଡି ଓ ଠାକେରା ବାଣ ଦେଖିବା ପାଇଁ ବେଲଗୁଣ୍ଠା ବଡ ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା ।ପୁର୍ବାହ୍ନରେ ପଣ୍ଡା ସାହି ବାସିନ୍ଦା ଓ ସହର ବାସୀ ମାଁ ଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସଂଧ୍ୟା ରେ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆରମ୍ଭ ହୋଇଥିଲା ।ବହୁ ପ୍ରତିକ୍ଷିତ ପଣ୍ଡା ସାହି ବାଣ ପଟୁଆର ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଥିଲା । ମାଁ ସିଂହ ବାହିନୀ ରୂପରେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତସବାଜି କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଆକର୍ଷଣ ଥିଲା ପଣ୍ଡା ସାହିର ବାଣ ପଟୁଆରର ବିଶେଷତ୍ଵ ବହନ କରୁଥିବା ରୁଖା ଚକ୍ର ଓ ଠାକେରା ବାଣ ।ରୁଖା ଚକ୍ର ବୁଲିବା ଏବଂ ଠାକେରା ନିଆଁ ଉଠିବା ବେଳେ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଉଦ୍ଦୀପନା ଲକ୍ଷ୍ୟ କରାଯାଇଥିଲା।ତା ସହିତ ଗଛ ବାଣ,ସାପ ବାଣ, ଅନ୍ୟାନ୍ୟ ନୂତନ ଧରଣର ବାଣ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଦର୍ଶନ କରାଯାଇଥାଏ । ଏଥି ସହିତ ପଟୁଆରରେ ଥିବା ବେଶ ଗୁଡିକ ଅତ୍ୟନ୍ତ ମନୋରମ ଥିଲା । ସ୍ୱତନ୍ତ୍ର ବାରକେଡ୍ ମଧ୍ୟରେ ବାଣ ପ୍ରଦର୍ଶିତ ହୋଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦର୍ଶକ ଦୁରରେ ରହି ବାଣ ଉପଭୋଗ କରିଥିଲେ । ବିଳମ୍ବିତ ପ୍ରହରରେ ମାଁ ବ୍ରାହ୍ମଣ ଦେବୀ ନଗରପରିକ୍ରମା ସମାପ୍ତ କରି ଗମ୍ଭୀରାରେ ବିଜେ କରିଥିଲେ । ଥାନାଧିକାରୀ ବନବିହାରୀ ପ୍ରଧାନ,ଏସ୍ ଆଇ ଅଭୟ ପ୍ରଧାନ ଓ ବିଶ୍ୱ ରଞ୍ଜନ ନାୟକଙ୍କ ସ୍ୱତନ୍ତ୍ର ତତ୍ତ୍ଵାବଧାନରେ ପୋଲିସ ମୁତୟନ ହୋଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ମୁତୟନ ଥିଲେ ।ପଣ୍ଡା ସାହି ଯାତ୍ରା କମିଟି ସଭାପତି ବିଜୟ ଡାକୁଆ, ପଣ୍ଡା ସାହି ଯାତ୍ରାର ମୁଖ୍ୟ ପୁରୋଧା ରାଧା ମୋହନ ଦାଶ,ଯୁବ କମିଟି ସଭାପତି ସତ୍ୟ ନାରାୟଣ ସିଅ,ଟିଲୁ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ,ରବୀନ୍ଦ୍ର ନାଥ ସାହୁ,ତାପସ ଡାକୁଆ,ସୁର୍ଯ୍ୟ ନାରାୟଣ ସାହୁ,ବଳରାମ ଡାକୁଆ, ଶ୍ରୀନିବାସ ଦାଶ ଙ୍କ ସହିତ ସାହି ବାସିନ୍ଦା ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।

Leave A Reply

Your email address will not be published.