ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ପ୍ରଶିକ୍ଷଣ କର୍ମଶାଳା

0

ଭୁବନେଶ୍ୱର – ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ବିଧାନ ସଭା ଓ ଜିଲ୍ଲା ସ୍ତରୀୟ ସୋସିଆଲ ମିଡ଼ିଆ କର୍ମକର୍ତାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  ହୋଇଥିଲା । ଏହାର ଅଧ୍ୟକ୍ଷତା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି କରିଥିଲେ ଏବଂ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋସିଆଲ  ମିଡ଼ିଆର  ଆବଶ୍ୟକତା  ସମ୍ପର୍କରେ ଯୁବ କଂଗ୍ରେସ କର୍ମକର୍ତାମାନଙ୍କୁ ଅବଗତ କରାଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆ ହିଁ ବିଜୟ କରିବାରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି ଉଦବୋଧନରେ ଦେଇଥିଲେ । ବିଜେଡ଼ି ଓ ବିଜେପି ସରକାର ମିଛ ଅପପ୍ରୟାସକୁ ରୋକିବାକୁ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆର କର୍ମକର୍ତାମାନଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ଅଟେ ବୋଲି ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉଦ୍ବୋଧନ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସୋସିଆଲ ମିଡିଆର କର୍ମକର୍ତାମାନେ ବିଜେପି ଓ ବିଜେଡ଼ି ସରକାର ଦୁର୍ନୀତି ମୁଖାଖୋଲିବାକୁ ସଂକଳ୍ପ ନେଲେ ।  ଆଜିକାର ଏ ସଭାରେ ସୋସିଆଲ ମିଡ଼ିଆ ଦାୟିତ୍ୱରେ ଥିବା ଶ୍ରୀ ବୈଭ୍ୟବ ବ୍ୱାଲିଆ, ଏସ୍କେ ଅର୍ସିଦ, ଦୁର୍ଗେସ ରାଏ, ଦୀପକ ଖତ୍ରି, ଅଭିଳାଷ ପତି, ବିକି ଚର୍କର୍ବତୀ, ଅନନ୍ତ ସୋନି, ନରେଷ ପ୍ରଧାନ, ସ୍ମୃତିରଞ୍ଜନ ପତି, ସନ୍ତୋଷ ପ୍ରଧାନ, ସତ୍ୟ ଦାସ, ପବନ ଶର୍ମା ଏବଂ ସୋସିଆଲ ମିଡ଼ିଆର କର୍ମକର୍ତାମାନେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.