୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦଶମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ବିଜୟୀ  ।

0

ଶନିବାର ଦିନ ଏକ ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ ଭୂବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ  

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଦଶମ ଦିବସରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା  ।

            ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳ ପ୍ରଥମେ ବ୍ୟାଟିଂ କରି ୩୫ ଓଭର ବିଶିଷ୍ଟ  ଏହି ମ୍ୟାଚରେ ଇକୋ ରେଲୱେ ଖୋର୍ଦ୍ଧା ଦଳର ବୋଲର ଙ୍କୁ ମୁକାବିଲା କରିପାରିନଥିଲେ ଏବ ସମସ୍ତ  ୱିକେଟ ହରାଇ ୨୦.୧ ଓଭରରେ ମାତ୍ର ୫୯ ରନ ସଂଗ୍ରହ କରିଥିଲେ । ଇକୋ ରେଲୱେ ଖୋର୍ଦ୍ଧା ଦଳ ପକ୍ଷରୁ ଆଲୋକ ମଙ୍ଗରାଜ ୧୧ ରନରେ ୩ଟି ଏବଂ ଜୟନ୍ତ ବେହେରା ୩ଟି ୱିକେଟ ଅକ୍ତିଆର କରିଥିଲେ । ମାତ୍ର ୬୦ ରନର ଲକ୍ଷ ନେଇ ଇକୋ ରେଲୱେ ଖୋର୍ଦ୍ଧା ଦଳ ୧୦.୧ ଓଭରରେ ୪ ୱିକେଟ ବିନିମୟରେ ୬୫ ରନ ସଂଗ୍ରହ କରିଥିଲେ ଓ ବିଜୟୀ ହୋଇଥିଲେ । ଇକୋ ରେଲୱେ ଖୋର୍ଦ୍ଧା ଦଳର ଜୟନ୍ତ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରଥିଲେ ।ଦଶମ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ବଳରାମ ପଟ୍ଟନାୟକ,ଅମୀୟ କୁମାର ସାହୁ ପରିଚାଳନା କରିଥିଲେ । ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ସନ୍ତୋଷ ନାୟାର ଓ ଦେବାଶିଷ ଚକ୍ରବର୍ତୀ  ଧାରାବିବରଣୀ ପ୍ରଦାନ କରିଥିଲେ । ଶନିବାର ଦିନ ଏକ ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ ଭୂବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ  ଅନୁଷ୍ଠିତ  ହେବ  ।

Leave A Reply

Your email address will not be published.