ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ଦାମନଯୋଡିର ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ ର ନାଟକ “କଳାମଲ୍ଲୀ” ମଞ୍ଚସ୍ଥ ହୋଇଥିଲା।
ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଶ୍ରୀମତୀ ନିର୍ମଳା ସେଠୀ ପୌରାଧ୍ୟକ୍ଷା, ପାରଳା ପୌରପରିଷଦ , ଡ.ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରଶାସନିକ ନିର୍ଦ୍ଦେଶକ, ସେଞ୍ଚୁରିୟାନ୍ ବିଶ୍ବବିଦ୍ୟାଳୟ ମଞ୍ଚାସୀନ ଥିଲେ।
ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମଞ୍ଚ ଅଭିନେତା ଶ୍ରୀ ସୁବାସ ଚନ୍ଦ୍ର ଦାଶଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ରାଜ୍ୟ ସ୍ତରୀୟ ପାରଳା ନାଟ୍ୟ ସମ୍ମାନ – ୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ, ଦାମନଯୋଡିର ନାଟକ ” କଳାମଲ୍ଲୀ ” ପରିବେଷଣ କରିଥିଲେ। ଜଗନ୍ନାଥ ସଂସ୍କୃତି , ଇତିହାସ , କାବ୍ୟକବିତା ହେଉଛି ସୁଧନ୍ୟ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ବର ଲୀଳାମୟ ଠାକୁର। ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନଙ୍କର ଆତ୍ମୀୟତା ବିଭିନ୍ନ ଆଧାରେ ପ୍ରମାଣିତ ହୋଇଛି । ତାଙ୍କ ଲୀଳା ସମଗ୍ର ଜଗତକୁ କରିଛି ଲୀଳାକ୍ଷେତ୍ର । ଠିକ୍ ଯେମିତି ବଳରାମ ଦାଶଙ୍କ ଲୀଳା ସୃଷ୍ଟି କରିଛି ଭକ୍ତ ଓ ଭାଗବାନଙ୍କ ମଧ୍ୟରେ ଏକ ଐତିହ ସଂପର୍କ । ଏହି ଲୀଳା ତୁଚ୍ଛ ବଳରାମ ଦାଶଙ୍କୁ କରିଛି ପଞ୍ଚସଖା ଯୁଗର ଅନ୍ୟତମ ସଖା।
ସାଂପ୍ରତିକ ଯୁଗରେ କତିପୟ ଗୋଷ୍ଠୀଙ୍କ ଦ୍ବାରା ବଳରାମ ଦାଶଙ୍କ ପ୍ରତି ହୋଇଥିବା ଷଡଯନ୍ତ୍ରକୁ ପ୍ରଭୁ ଜଗନ୍ନାଥ ବିଫଳ କରି ତାଙ୍କୁ ନିଜର ପରମ ସଖା ଭାବରେ ବିଦିତ କରେଇ ନିଜକୁ ଭକ୍ତବତ୍ସଳ ଭାବେ ପରିଚିତ କରିଛନ୍ତି । ଏହିଭଳି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଐଶ୍ବରୀୟ ସଂପର୍କକୁ ନେଇ ନାଟକ ‘କଳାମଲ୍ଲୀ’ ମଞ୍ଚସ୍ଥ ହୋଇଥିଲା।
ନାଟକକୁ ଶ୍ରୀ ସୁଶାନ୍ତ କୁମାର ଦାସ ରଚନା କରିଥିବା ବେଳେ ଶ୍ରୀ ଶେଷଦେବ ଶତପଥି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ଶ୍ରୀ ଶକ୍ତି ପ୍ରସାଦ ମିଶ୍ର , କଣ୍ଠରେ ଶ୍ରୀମତୀ ଶ୍ରୁତକୀର୍ଷି ମହାପାତ୍ର , ମଞ୍ଚ ଶ୍ରୀ କେ. ନାଗେଶ୍ବର ପାତ୍ର , ଆଲୋକରେ ଶ୍ରୀ ମୂରଲୀଧର ଦାସ , ମଞ୍ଚ ସହଯୋଗୀ – ଶ୍ରୀ ବିଶ୍ବଜିତ ମିଶ୍ର , ଶ୍ରୀ ରମେଶ ଚନ୍ଦ୍ର ବେହେରା , ଶ୍ରୀ ଶୁକଦେବ ପଟ୍ଟାୟତ , ଶ୍ରୀମତୀ ଶକୁନ୍ତଳା ପଣ୍ଡା , ଶ୍ରୀ ଶିବେଶ ପଟ୍ଟନାୟକ , ଉପଦେଷ୍ଟା ଶ୍ରୀ ବିଛନ୍ଦ ଚରଣ ଦାଶ।
ଶ୍ରୀକାନ୍ତ କୁମାର ସାହୁ , ଶିଶିର ମିଶ୍ର , ଚିତ୍ତ ରଞ୍ଜନ ଦାଶ , ଉତ୍ତମ କୁମାର ପଟ୍ଟନାୟକ , ନିର୍ମଳ କୁମାର ରାଉତ , ଏନ୍. ରବି କୁମାର , ସୁନୀଲ କୁମାର ଦାଶ , ଅଲେଖ ଚରଣ ମହାଙ୍କୁଡ , ରଞ୍ଜୟ କୁମାର କାନୁନ୍ଗୋ , ସାଇ ସୁମନ ଦାଶ , ସସ୍ମିତା ମିଶ୍ର ଓ ଶିଶୁ କଳାକାର ଶ୍ରୀବିଦ୍ୟା ମିଶ୍ର ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖ ବାନ୍ଧି ରଖିବା ସହ ମନ ଜିଣିଥିଲେ।
ଏହି ଅବସରରେ ନାଟକ ପୂର୍ବରୁ ପ୍ରତିଦିନ ସନ୍ଧ୍ୟାରେ କୁନା ହଳଧର ସଙ୍ଗୀତ ପରିବେଷଣ କରିଥିବା ବେଳେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ମିରାକେଲ ଡେନ୍ସ ଷ୍ଟୁଡିଓ ର କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.