ରାୟଗଡ: ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗର ରେ ପାନୀୟ ଜଳ ସମସ୍ୟା ର ସମାଧାନ ନିମନ୍ତେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ରାୟଗଡ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ସୂଚନାଯୋଗ୍ୟ ଯେ ସାଇପ୍ରିୟା ନଗରର କିଛି ଅଞ୍ଚଳ ରାୟଗଡ ପୌରପାଳିକାରେ ରହୁଥିବା ବେଳେ କିଛି ଅଞ୍ଚଳ କୋତାପେଟା ଓ ବାରିଝୋଲା ଗ୍ରାମପଞ୍ଚାୟତ ଅଧୀନରେ ରହିଅଛି l ସାଇପ୍ରିୟା ନଗରରେ ପ୍ରାୟ ତିନି ହଜାର ବାସିନ୍ଦା ସେମାନଙ୍କ ପରିବାର ସହ ରହୁଅଛନ୍ତି l ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲୁଥିବାରୁ ଏଠାରେ ପାନୀୟ ଜଳର ଘୋର ଅଭାବ ଦେଖାଦେଉଛି l ଏହି ଅଞ୍ଚଳରେ ସରକାରଙ୍କ ଜନ ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନାହିଁ l ଏହି ଅଞ୍ଚଳରେ ବହୁ ଦିନ ହେଲା ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ତାହାକୁ ବର୍ତ୍ତମାନ କାର୍ଯ୍ୟକ୍ଷେମ କରାଯାଇ ନାହିଁ l ଯାହାଫଳରେ ଏଠାରେ ବସଵାସ କରୁଥୁବା ପରିବାର ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି l ଏ ବିଷୟ ନେଇ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ଏହାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନେଉ ନଥିବା ନେଉନାହାନ୍ତି ।ତେଣୁ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସାଇପ୍ରିୟା ନଗର ରେ ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହୋଇଛି ସାଇପ୍ରିୟା ୱେଲଫର ଟ୍ରଷ୍ଟ ର ସମ୍ପାଦକ ଦୟାନନ୍ଦ ଖାଡ଼ଙ୍ଗା ଙ୍କ ସମତେ ଟ୍ରଷ୍ଟ ର କୋଷାଧ୍ୟକ୍ଷ ଜି ,ବ୍ରହ୍ମାଜି,ସଭ୍ୟ ଟି ଏନ ରାଓ,ଲକ୍ଷ୍ମୀ ନାରାୟଣ ପାଢ଼ୀ ,ଜେ ପି ,ଦାସ ,ଲକ୍ଷ୍ମଣ ରାଓ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.