୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ନବମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ବିଜୟୀ 

0

ଶୁକ୍ରବାର ଦିନ ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ 

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ନବମ ଦିବସରେ ପ୍ରଥମ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଂଟ କଟକ ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋଷ୍ଟ ଏସୋସିଏସନ ରାଉଲକେଲା ଓ ଇକୋ ରେଲୱେ ଖୋର୍ଦ୍ଧା  ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ଇକୋ ରେଲୱେ ଖୋର୍ଦ୍ଧା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୪୦ ରନ ସଂଗ୍ରହ କରିଥିଲେ  । ଦଳ ପକ୍ଷରୁ ଫୋରନଡୋ ଲରେନ୍ସ ୨୮ ଓ ସୌଭାଗ୍ୟ ମିଶ୍ର ୨୮ ରନ କରିଥିଲେ । ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଦଳ ପକ୍ଷରୁ ବିଶ୍ୱଜିତ ଭୂଇଆଁଙ୍କ ୩ଟି ୱିକେଟ ଅକ୍ତିଆର କରିଥିଲେ  । ଜବାବରେ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ୨୦ ଓଭରରେ ୭ ୱିକେଟ ବିନିମୟରେ ୧୦୨ ରନ ସଂଗ୍ରହ କରି ୩୮ ରନରେ ପରାସ୍ତ ହୋଇଥିଲେ । ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳ ପକ୍ଷରୁ ସୁନିଲ ରାଉଲ ଏବଂ ଧିରଜ ସିଂ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ  ।

              ଦ୍ୱିତୀୟ ମ୍ୟାଚ ସ୍ପୋଷ୍ଟ ଏସୋସିଏସନ ରାଉଲକେଲା ଓ ଇକୋ ରେଲୱେ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ   ହୋଇଥିଲା । ଇକୋ ରେଲୱେ ଖୋର୍ଦ୍ଧା ଦଳ ପ୍ରଥମ ବ୍ୟାଟିଙ୍ଗ କରି ସନ୍ଦିପ ମୁଲିଆଙ୍କ ୪୩ ଏବଂ ସମିର ମହାନ୍ତିଙ୍କ ୨୦ ଏବଂ ସୁଜିତ ଲେଙ୍କାଙ୍କ ୧୭ ରନ ସହାୟତାରେ ୬ ୱିକେଟ ବିନିମୟରେ ୧୮ ଓଭରରେ ୧୫୩ ରନ କରିଥିଲେ ।୧୫୪ ରନର ଲକ୍ଷ ନେଇ ରାଉଲକେଲା ଦଳ ୧୭.୫ ଓଭରରେ ୧୨୦ ରନ ସଂଗ୍ରହ କରି ୩୩ ରନରେ ପରାଜିତ ହୋଇଥିଲେ । ଇକୋ ରେଲୱେ ଖୋର୍ଦ୍ଧା ଦଳ ପକ୍ଷରୁ ଆଲୋକ ମଙ୍ଗରାଜ ୩ଟି ୱିକେଟ ଅକ୍ତିଆର କରିଥିଲେ ।

        ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ଓକିଳ ସଂଘର ସଭାପତି ଶ୍ରୀ ଯୋଗେନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମ ମ୍ୟାଚର ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳର ଫେନାଡୋ ଲରେନ୍ସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚର ଇକୋ ରେଲୱେ ଖୋର୍ଦ୍ଧା ଦଳର ଆଲୋକ ମଙ୍ଗରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ ।ନବମ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ପୃଥ୍ୱି ମିଶ୍ର,ନାରାୟଣ ପ୍ରସାଦ ମେହେର,ସମୀର ପାଣିଗ୍ରାହୀ ଓ ସୌମ୍ୟ ମହାନ୍ତି ପରିଚାଳନା କରିଥିଲେ । ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ କାର୍ତିକ ନିଆଲ,ଶାଶ୍ୱତ ଦାଶ ଓ ଦେବାଶିଷ ଚକ୍ରବର୍ତୀ  ଧାରାବିବରଣୀ ପ୍ରଦାନ କରିଥିଲେ ।ଶୁକ୍ରବାର ଦିନ ଇକୋ ରେଲୱେ ଖୋର୍ଦ୍ଧା ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ  ।

 

 

 

 

 

 

 

 

 

 

 

Leave A Reply

Your email address will not be published.