ମଣିଷ ପାଲଟୁଛି ଅସୁର, ନାବାଳିକା ହେଉଛି ଶିକାର :ଛି,,,,ଏମାନଙ୍କୁ ତାଲିବାନୀ ଆଚରଣ  ଦରକାର 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନର ଅତ୍ୟାଧୁନିକ ସମାଜ ସମସ୍ତ କ୍ଷେତ୍ରରେ ବିକାଶ ଓ ପ୍ରଗତି କ୍ଷେତ୍ରରେ ଅଗ୍ରସର ହେଉଛି । ଦେଶରେ ଶିକ୍ଷାର ପ୍ରଗତି ଆଗକୁ ଆଗକୁ ମାଡ଼ି ଚାଲିଛି । କିନ୍ତୁ ଏହି ଶିକ୍ଷିତ ସମାଜ ମଧ୍ୟରେ କେତେକ ବିଶୃଙ୍ଖଳିତ ତଥା ଉତ୍ସୃଙ୍ଖଳିତ ଯୁବକ ସେମାନଙ୍କର କାମନାକୁ ଚରିତାର୍ଥ କରିବା ନିମନ୍ତେ ଟାର୍ଗେଟ କରୁଛନ୍ତି ନାବାଳିକାକୁ । ଫଳରେ ପିଡ଼ିତା ନାବାଳିକାର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯାଉଛି । ଅପବାଦ ଓ ଅପମାନ ସହିତ  କୋର୍ଟ କଚେରୀର ସମ୍ମୁଖୀନ ହୋଇ ନପାରି ସ୍ଥଳ ବିଶେଷରେ କେତେକ ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବାର ନଜିର ରହିଛି । ଏହି ପ୍ରକାରର ଦୁଃଖଦାୟକ ଅଭାବନୀୟ ଘଟଣାର ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଓ ବୈଶିଙ୍ଗା ଥାନା ଅଞ୍ଚଳରେ । ଗତ ଜାନୁଆରୀ ୧୫ ରାତିରେ ବଡ଼ସାହି ଥାନା ଅଞ୍ଚଳରେ ଜନୈକ ୫ ବର୍ଷର ନାବାଳିକା ଏକ କାମାନ୍ଧ ଯୁବକର ଶିକାର ପାଲଟି ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ଚିକିତ୍ସା ହେଉଥିବା ସମୟରେ ଜାନୁଆରୀ ୧୬ରେ ବୈଶିଙ୍ଗା ଥାନା ଅଞ୍ଚଳରେ ନିଜ ପରିବାର ମଧ୍ୟରେ ନିଜର ସମ୍ପର୍କୀୟ ଦୁଇ ସନ୍ତାନର ପିତା ହୋଇଥିବା ୩୦ ବର୍ଷିୟ ଯୁବକର ଶିକାର ପାଲଟିଛି ୯ ବର୍ଷର ନାବାଳିକା । ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇପାରି ନଥିବାର ଜଣାପଡ଼ିଛି । କେବଳ ମୟୂରଭଞ୍ଜ ଜିଲ୍ଲାରେ ଏହି ପ୍ରକାରର ଦୁଃଖଦାୟକ ଘଟଣା ସୀମିତ ରହିଯାଇ ନାହିଁ । ସମଗ୍ର ଭାରତରେ ଏହା ଏକ ଉଦବେଗଜନକ , ସମ୍ବେଦନଶୀଳ ଘଟଣା ପାଲଟିଯାଇଛି । ଏହାର ପରିସମାପ୍ତି କେଉଁଠି ତାହା କେବଳ ସମୟ ହିଁ କହିପାରିବ । 

 

Leave A Reply

Your email address will not be published.