ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେ ଙ୍କ ନେତୃତ୍ୱରେ କାର୍ଯକ୍ରମ ପରିଚାଳିତ ହୋଇଥିଲା। ପ୍ରାଥମିକ ଚିକିତ୍ସା, ନିଆଁ ଲାଗିଲେ, ପାଣିରେ ବୁଡ଼ି ଯାଉଥିଲେ ଇତ୍ୟାଦି ବିଷୟରେ ସୁନିଲ କୁମାର, ଚୁମ୍ବିଲାଲ ପ୍ରଧାନ, ଧର୍ମେନ୍ଦ୍ର କୁମାର, ଲକ୍ଷ୍ମୀଧର ସ୍ୱାଇଁ ଓ ପଙ୍କଜ ଶର୍ମା ସଚେତନତା ସୃଷ୍ଟି ସହ ମୁକାବିଲା ର ଉପାୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ୧୨୮ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟରେ ପ୍ରଥମ ଅଭିଭାବକ,ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଏସଏମଡିସି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ୯୫ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ।ପ୍ରଧାନ ଶିକ୍ଷକ ଶିକ୍ଷା କ୍ୟାଲେଣ୍ଡର, ପୋଷଣ ଯୋଜନା, ପୋଷାକ ଯୋଜନା, ସାଇକେଲ ଯୋଜନା, ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ସମାଜ ସେବୀ ତିଲୋଚନ ନାୟକ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.