କାଜୁ ତୋଳାକୁ ନେଇ ଆନ୍ତଃ ଜିଲ୍ଲା ଗୋଷ୍ଠୀ ସଂଘର୍ଷ,୩୦ ରୁ ଉର୍ଦ୍ଧ ଆହତ ।

4

ଅସ୍ତରଙ୍ଗ/ଦୁଃଶାସନ ନାୟକ: ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁନେଇଡିଆ ବର୍ତ୍ତମାନ ଦେବୀ ନଦୀ ମୁହାଣ ଠାରୁ ପଶ୍ଚିମ କୁ ଗଲେ ଦେବୀ ନଦୀ ଗର୍ଭରେ ଏକ ଟାପୁ ଭାବେ ପରି ଗଣିତ । ସେହି ନଦି ପଠା ବା ଟାପୁ ରେ ନଗର ଗ୍ରାମପଞ୍ଚାୟତ ର ବାଲିଡିଆ ଗ୍ରାମର ଅଧିବାସୀ ମାନେ କେଉଁ କାଳରୁ ଦଖଲ କରି ବିଭିନ୍ନ ଫସଲ କରିବା ସହ କିଛି ବର୍ଷ ହେଲା ଏକ ନୂତନ କାଜୁ ଜଙ୍ଗଲ ସୃଷ୍ଠି କରିଥିଲେ । ସବୁ ବର୍ଷ ପରି କିଛି ଲୋକ ମେଳି ହୋଇ ଚଳିତ ମାସ ୧୯ ତାରିଖ ଶନିବାର ଦିନ ସକାଳେ ଡଙ୍ଗାରେ ଦେବୀ ନଦୀ ଗର୍ଭକୁ ଜାଇ କାଜୁ ତୋଳିବା ଆରମ୍ଭ କଲେ । ହେଲେ,ଜଗତସିଂହପୁର ଜିଲ୍ଲା ମାଛଗାଁ ବ୍ଲକ ର ତରାଶାହି ଗ୍ରାମର ଅଧିବାସୀ ମାନେ କୌଣସି ସୁତ୍ରରୁ ଖବର ପାଇ ତାଙ୍କ ମୌଜା ର ଜାଗା ଦର୍ଶାଇ ବିଭିନ୍ନ ଜଳ ଜାନରେ ଆସି ଖଣ୍ଡା ,ତରୁଆଲ,ଠେଙ୍ଗା,ଲୁହା ରଡ଼ ଆଦି ବିଭିନ୍ନ ମାରଣାସ୍ତ୍ର ଧରି କାଜୁ ମଞ୍ଜି ତୋଳୁ ଥିବା ବାଲିଡିଆ ଗ୍ରାମର ପ୍ରାୟ ୧୦୦ ପାଖା ପାଖି ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଯାହା ଫଳରେ କି,ଅସ୍ତରଙ୍ଗ ବ୍ଲକ ଅଧୀନ ବାଲି ଡ଼ିଆ ଗ୍ରାମର ଲୋକ ମାନେ ପ୍ରାଣ ବିକଳରେ ଉକ୍ତ ସ୍ଥାନ ଛାଡି, କେହି କେହି ଗୁରୁତର ଅବସ୍ଥାରେ ନଦୀରେ ପଡ଼ି ପହଁରି ପହଁରି ଘରକୁ ଫେରିଥିବା ବେଳେ କେହି କେହି ପରିବାର ଏହି ଖବର ଶୁଣି ଡଙ୍ଗା ନେଇ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତୀ । ଅପର ପକ୍ଷରେ ଗୁରୁତର ଆହତ ହୋଇଥିବା ୩୦ ରୁ ଉର୍ଦ୍ଧ ଲୋକ,ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ, କେତେକ ଆହତ କାରିକୁ ଆମ୍ବୁଲାନ୍ସ ଦ୍ବାରା ଭୁବନେଶ୍ୱର କୁ ସ୍ଥାନା ନ୍ତାରିତ କରା ଯାଇଛି ଓ ଏହି ସମ୍ବଧରେ ଅସ୍ତରଙ୍ଗ ଥାନାରେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରା ଜାଇ ଥିବା ଜଣା ପଡିଛି । ଏଠାରେ ପ୍ରଶ୍ନ ଉଠେ,ଦେବୀ ନଦୀ ଗର୍ଭରେ ଥିବା ଆଇ ଲ୍ୟାଣ୍ଡ ” ସୁନାମି ଡିଆ ” ଟି କାହାର,ପୁରୀ ଜିଲ୍ଲା ରେ ନା ଜଗତସିଂହପୂର୍ ଜିଲ୍ଲାର । ଉଭୟ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ସମାଧାନ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବ ଏଥିରେ ଥିଲେ ମାତ୍ର ସନ୍ଧେହର ଅବକାଶ ନାହିଁ ।

Leave A Reply

Your email address will not be published.