ପଦ୍ମପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ ର ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଉଦ୍ଘାଟନ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଛାତ୍ରୀମାନଙ୍କ ସ୍ଵାଗତ ସଙ୍ଗୀତ ସମସ୍ତଙ୍କ ମନମୁଗ୍ଧ କରିଥିଲା । ମୁଖ୍ୟ ବକ୍ତା ଭାବେ ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ ଯୋଗଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ କ୍ରିୟାନ୍ୱୟନରେ ଆମର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଯୋଗଦେଇ ଆଶିର୍ବଚନ ପ୍ରଦାନ କରିଥିଲେ।ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର, ପୂର୍ବ ଛାତ୍ର ପରିଷଦ ଟୋଲି ର ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଗୁଣନିଧି ପଟେଲ ମଞ୍ଚାସୀନ ଥିଲେ। ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିର ରୁ ୧୭୦ ଜଣ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟଶାଳାରେ ଯୋଗଦେଇଛନ୍ତି। ଉକ୍ତ କାର୍ଯ୍ୟଶାଳାଟି ତିନିଦିନ ଧରି ଚାଲିବ ଓ ୨୧ ତାରିଖରେ ଶେଷ ହେବାର ସୂଚନା ଦିଆଯାଇଛି। ଶେଷରେ ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post