ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ ହୋଇଯାଇଛି। ମହାନଦୀ ଉପରେ ସୁଉଚ୍ଚ ୩କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ୨୭୪କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବିଗତ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ତତ୍କାଳୀନ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଏହି ସେତୁ ର ମୁଲଦୁଆ ପଡ଼ିଥିଲା। ଉଭୟ ଝାରସୁଗୁଡ଼ା ଜିଲ୍ଲା ଓ ବରଗଡ଼ ଜିଲ୍ଲା ମଧ୍ୟରେ ସଂପର୍କର ସେତୁ ହେବ ବୋଲି ଅଂଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି। ଏହି ସେତୁ ହେଲେ ଅମ୍ବାଭୋନଠାରୁ ଝାରସୁଗୁଡ଼ା କୁ ଦୁରତା କମିବା ସହ ଯୋଗାଯୋଗ ବଢିବ। ମହାନଦୀ କୂଳରେ ଥିବା ଉଭୟ ଜିଲ୍ଲାର ବିଛିନ୍ନାଞ୍ଚଳ ମଧ୍ୟରେ ପରିବହନ ଓ ଯୋଗାଯୋଗ ବୃଦ୍ଧି ପାଇବ ବୋଲି ସାଧାରଣରେ ଆଶାର ସଂଚାର ଖେଲି ଯାଇଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅମ୍ବାଭୋନା ବ୍ଳକ ର ଜରିମୁଲିଠାରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ଯୋଗ ଦେଇ ଉଭୟ ଜିଲ୍ଲାର ପରିବହନ ଓ ଯୋଗାଯୋଗ ସହ ଗମନାଗମନ ଓ ଅର୍ଥନୈତିକ ବିକାଶ ଘଟିବ ବୋଲି ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post