କଣ୍ଟାପଡ଼ା ଗ୍ରାମରୁ ଚୋରା ଗଞ୍ଜେଇ ଜବତ,ଜଣେ ଗିରଫ ।

0

ତିର୍ତ୍ତୋଲ/ରମେଶ ମହାନ୍ତି :  ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଞ୍ଚାୟତର  କଣ୍ଟାପଡା ଗ୍ରାମରେ ଦୀର୍ଘଦିନ ଧରି ଚୋରା ଗଞ୍ଜେଇ ବିକ୍ରି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନଥିଲେ । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଗତ ସୋମବାର ଦିନ ଏ ସମ୍ପର୍କରେ ଜିଲ୍ଲା ଅବକାରୀ ଅଧୀକ୍ଷକ ରତିକାନ୍ତ ପଣ୍ଡା କୋୖଣସି ସୂତ୍ରରୁ ଖବର ପାଇଥିଲେ । ତାଙ୍କରି ନିର୍ଦେଶରେ ଆଜି ଏକ ଅବକାରୀ ଟିମ କଣ୍ଟାପଡା ଅଞ୍ଚଳରେ ପହଞ୍ଚି କୃପାସିନ୍ଧୁ ବେହେରାଙ୍କ ଘର ଉପରେ ଚଢ଼ାଉ କରି ୧୨୫୦ ଗ୍ରାମ ଗଞ୍ଜାଇ ଜବତ କରିବା ସହିତ ତାଙ୍କ ପୁଅ ନାରାୟଣ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ଟିମରେ ଏ ସ୍ ଆଇ ଲଷ୍ମୀଧର ପ୍ରଧାନ,ଏ ଏସ ଆଇ ପ୍ରସନ୍ନ କୁମାର ପାଣି,ଏ ଏସ ଆଇ କଳ୍ପନା ଜେନା,ପ୍ରକାଶ କୁମାର ରାଉତ,ଓ ଚିତ୍ତରଞ୍ଜନ ଦାସ୍ ଥିଲେ ।

 

Leave A Reply

Your email address will not be published.