ବିଜୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

3

ଅସ୍ତରଙ୍ଗ: ପ୍ରବାଦ ପୁରୁଷ ତଥା ଏଣ୍ଡୋନୋଷିଆର ଭୂମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଗୁରୁବାର ଦିନ ଅସ୍ତରଙ୍ଗ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଜାଇ ଅଛି । ପ୍ରାରମ୍ଭରେ,ବିଜୁ ଜନତା ଦଳର କର୍ମୀ ମାନେ,ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଯୋଳନ୍ କରି ସାରିବା ପରେ ବିଜୁଙ୍କ ଜୀବନୀ ତଥା ତାଙ୍କର କର୍ମମୟ ଜୀବନ,ସହ ଖାଲି ଭାରତ ବର୍ଷ ନୁହେଁ,ପୃଥିବୀରେ କିପରି ତାଙ୍କର ସୁନାମ ଅର୍ଜନ କରି ପାରିଥିଲେ ସେ ବିଷୟ ରେ ଆଲୋଚନା କରିଥିଲେ । ରାଜନୀତି କ୍ଷେତ୍ର ରେ, ଓଡିଶା ର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି କେନ୍ଦ୍ର ରେ ମନ୍ତ୍ରୀ ହେବା ସହ,ରାଜ୍ୟ ତଥା ଦେଶର ଉନ୍ନତି ତଥା ବିକାଶ କିପରି ହେବ ସେ ବିଷୟ ରେ ବକ୍ତା ମାନେ ନିଜ ନିଜ ରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ବାଇଁ,ଓ ଗଦାଧର ବିଶ୍ଵାଳ,ସରପଞ୍ଚ କ୍ଷୀରୋଦ କାଣ୍ତୀ,ପୂର୍ବତନ ସରପଂଚ ଟୁଲୁ ଜେନା,ମଙ୍ଗୁଳି ପ୍ରଧାନ,ଯୁବ ନେତା ସାଇ ରଞ୍ଜନ ପ୍ରଧାନ,ପ୍ରମୁଖ ବିଜୁ ବବୁ ଙ୍କ ଶ୍ରାଦ୍ଧ ଦିବସ ଉପରେ ନିଜ ନିଜ ର ମତ ରଖି ଥିଲେ ।

Leave A Reply

Your email address will not be published.