ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୮ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି।
ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମହେନ୍ଦ୍ର ତନୟା ନଦୀ ତଟରେ ତିଳ ତର୍ପଣ ଅର୍ପଣ କରିବା ପରେ କଲେଜ ଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହାପରେ ବିଜୁବାବୁଙ୍କ ସ୍ମୃତି ଚାରଣ ନିମନ୍ତେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ସମେତ ପାରଳାଖେମୁଣ୍ଡି ପୈାରାଧ୍ୟକ୍ଷା ନିର୍ମଳା ସେଠୀ , ପୈାର ପରିଷଦର ବହୁ କାଉନସିଲ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ , ଗୁମ୍ମା , କାଶୀନଗର ଓ ଗୋଷାଣୀ ବ୍ଲକର ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁ , ଯୁବ ସଭାପତି ଏସ୍. ଲିଙ୍ଗରାଜ , ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଲୋକ ପ୍ରତିିନିଧି ଓ ବହୁ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.