ବିକାଶର ବିକଳ ଚିତ୍ର : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପୁଣି ବୋହା ହେଲେ ରୋଗୀ।

3

ରାସ୍ତା ନଥିବାରୁ ଦୀର୍ଘ ୨କିଲୋମିଟର ବୋହା ହୋଇ ଆମ୍ବୁଲାନ୍ସରେ ଗଲେ।             

କେନ୍ଦୁଝର(ଦିଲ୍ଲୀପ ସାହୁ ),ତା୧୭/୪- କେନ୍ଦୁଝର ଜିଲ୍ଲା ଖଣି ଖାଦାନ ଏବଂ କାଗଜପତ୍ରରେ ସବୁ ବେଳେ ଧନୀ କୁହାଯାଏ ହେଲେ ବାସ୍ତବରେ ଅଲଗା ଯାହାକୁ ଲୁଚାଇ ଦିଆଯାଏ ବୋଲି ବାରମ୍ବାର ଅଭିଯୋଗ ଆସେ। ତେବେ ଏହାର ସତ୍ୟତା ପ୍ରମାଣିତ ହୋଇଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ମୌଳିକ ସେବା କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଥିବା ବେଳେ ମନ ଇଚ୍ଛା ଖର୍ଚ୍ଚ ହୋଇଛି ରାସ୍ତା ଘାଟ ଜିଲ୍ଲାରେ ଠିକ୍ ନାହିଁ। ଶେଷରେ ଜଣେ ରୋଗୀ ଆମ୍ବୁଲାନ୍ସ ପାଖରୁ ଆସିବାକୁ ବନ୍ଧୁ ପରିଜନଙ୍କ ଦ୍ଵାରା ୨ କିଲୋମିଟର ମାଟି କାଦୁଆ ପଥର ଉପରେ ଵୋହା ହୋଇ ଆସିଲେ। ଆଗରୁ ପାଟଣା ଅଞ୍ଚଳରେ ସାପ କାମୁଡ଼ା ରୋଗୀ ଏହିପରି ବୋହା ହୋଇ ଆସିଲା କାରଣରୁ ପ୍ରାଣ ହରାଇ ଥିଲେ। ସୂଚନା ମିଳିଛି କି ଘଟଗାଁ ଥାନା ଅନ୍ତର୍ଗତ ପାଟଣା ବ୍ଲକ ଅଞ୍ଚଳର ଡୁମୁରିଆ ପଞ୍ଚାୟତର ପିଛୁଳାବେଡ଼ା ଗ୍ରାମର ରମେଶ ମୁଣ୍ଡା(୫୦) ପେଟ ଓ ଛାତି ବ୍ୟଥାରେ ଘରେ ଛଟପଟ ହେବାରୁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକେ ଡାକିଲେ ତେବେ ରାସ୍ତା ଭଲ ନଥିବାରୁ ଗାଡ଼ି ୨ କିମି ଦୂରରେ ଅଟକି ରହିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ରମେଶଙ୍କୁ  ଗାତ ଖାଲ ହୁଡ଼ି ପଥର ଦେଇ ବୋହି ବୋହି ଆମ୍ବୁଲାନ୍ସ ଯାଏ ଆଣିଥିଲେ। ସେଠାରୁ ସେ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହିପରି ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ରାସ୍ତାଘାଟ ପରି ମୌଳିକ ସେବାର ବିକାଶ ହେଉନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମାନେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.