ମରିବୁ ପଛେ ଇସ୍ପାତ କାରଖାନା ଲାଗି ଭିଟାମାଟି ଛାଡିବୁନି।

3

ଶହ ଶହ ଲୋକ ସରକାରୀ ଜମିରୁ ଉଚ୍ଛେଦ ନୋଟିସ ପାଇ ପ୍ରତିବାଦ କଲେ। 

କେନ୍ଦୁଝର,(ଦିଲ୍ଲୀପ ସାହୁ ) ତା୧୭/୪- ପାଟଣା ଅଞ୍ଚଳରେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଶୁଣିବାକୁ ମିଳୁ ଥିବା ବେଳେ ପୁଣି ପ୍ରତିବାଦର ସ୍ବର ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରୀ ଜମିରୁ ଉଚ୍ଛେଦ ନୋଟିସ ପାଇ ଲୋକେ ତାତି ଆଜି ପ୍ରତିବାଦ କରିଥିଲେ। ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ସରକାରୀ ଜମି ଦଖଲରେ ଥିବା ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଲାଗି ସେମାନେ ଦାବି କରିଛନ୍ତି। ସୂଚନା ଯୋଗ୍ୟ କି ପାଟଣା ବ୍ଲକ ଅନ୍ତର୍ଗତ ଚେମଣା, ଜମୁନାପଶି, ମୁରୁସୁଆଁ,ରାଜନଗର ପଞ୍ଚାୟତର ୧୮ ଟି ମୌଜାରେ ଇଡକୋ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ଲାଗି ନୋଟିସ ହୋଇଥିଲା। ଏଥିରେ କାହାର ଆପତ୍ତି ଥିଲେ ୧୫ ଦିନ ଭିତରେ ଜଣାଇବାକୁ କୁହାଯାଇଛି। ତେଣୁ ଲୋକେ ନୋଟିସ ପାଇ ତାତି ଉଠିଛନ୍ତି ସେମାନେ କହୁଛନ୍ତି କି ୧୯୦୯ ମସିହାରୁ ଟାଟା କମ୍ପାନୀ କେନ୍ଦୁଝର ଜିଲ୍ଲାରେ ଲୁହ ପଥର ଖୋଳୁଛି ହେଲେ ନିଯୁକ୍ତି ଦେଖା ନାହିଁ । ଖଣି ଖାଦାନ ଲାଗି ଲୋକେ ଜିଲ୍ଲାରେ ଘୋର ଅନ୍ୟାୟର ଶିକାର ହେଉଛନ୍ତି ଧୂଳିଧୂଆଁରେ ଟ୍ରକ୍ ତଳେ ମରୁଛନ୍ତି। ତେଣୁ ଷ୍ଟିଲ ପ୍ଲାଣ୍ଟ ହେଲେ ବଡ଼ବଡ଼ିଆ ଲୋକେ କି ସେମାନଙ୍କ ସମ୍ପର୍କୀୟ ନିଯୁକ୍ତି ପାଇବେ ଆମେ ଚାଷବାସ କରି ଏଠାରେ ଭଲରେ ଅଛୁ ଆମର ପ୍ଲାଣ୍ଟ ଦରକାର ନାହିଁ ବୋଲି ସମସ୍ତେ ଏକ ସ୍ଵରରେ କହିଛନ୍ତି। ଜିନ୍ଦଲ କମ୍ପାନୀ ସହ ଏମଓୟୁ ବାତିଲ କରିବା ଲାଗି ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ମଞ୍ଚ ସଭାପତି ଶ୍ୟାମ ମହାନ୍ତ,ସମ୍ପାଦକ ବେଣୁଧର ସର୍ଦ୍ଦାର,ଆବାହକ ରଘୁନାଥ ଦାସଙ୍କ ନେତୃତ୍ୱରେ ଆଜି ଶହ ଶହ ପୁରୁଷ ମହିଳା ଏକାଠି ହୋଇ ବିଶାଳ ଶୋଭାଯାତ୍ରା ପାଟଣା ବ୍ଲକ ମୁଖ୍ୟାଳୟରେ କରିଥିଲେ। ଆନନ୍ଦେଶ୍ୱର ମନ୍ଦିର ପାଖରୁ ରାଲି ବାହାରିଥିଲା ଲୋକେ ସରକାର ଓ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ସ୍ଲୋଗାନ ଦେଇ ତହସିଲ ଅଫିସ୍ ଯାଏ ଆସିଥିଲେ। ସେଠାରେ ସେମାନେ ତହସିଲଦାର ଲୀଳାବତୀ ନାୟକଙ୍କୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭ ଲାଗି ପାଟଣା ଅଞ୍ଚଳରେ ପ୍ଲାଣ୍ଟ ସପକ୍ଷ ଓ ବିପକ୍ଷ ରାଜନୀତି ଏବେ ଜୋର୍ ଧରିଥିବା ଦେଖାଯାଉଛି ଲୋକେ ବିଭିନ୍ନ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.