କେନ୍ଦୁଝର(ଦିଲ୍ଲୀପ ସାହୁ),ତା୧୭/୪- ନକଲି ସିମ୍ କାର୍ଡ ବିଦେଶୀ ଆତଙ୍କବାଦୀ ଅପରାଧୀ ବ୍ୟବହାର କରୁଥିବା ଅଭିଯୋଗ ହୁଏ,ତେବେ ସେମାନଙ୍କୁ ଏହା ଦେଉଛି କିଏ ବୋଲି ପୁଣି ପ୍ରଶ୍ନ ଆସେ। ତେବେ ଏହିପରି ନକଲି ସିମ୍ କାର୍ଡ ତିଆରି କରି ବିକ୍ରୀ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୩ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। କେନ୍ଦୁଝର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି କେନ୍ଦ୍ର ଗୃହ ବିଭାଗର ଇଣ୍ଡିଆନ ସାଇବର କ୍ରାଇମ୍ କୋର୍ଡିନେସନ୍ ସେଣ୍ଟର୍ ମୁଖ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ କି କେନ୍ଦୁଝର ଜିଲ୍ଲାର ସାହାରପଡ଼ା ଅଞ୍ଚଳରେ ନକଲି ସିମ୍ କାର୍ଡ କାରବାର ଚାଲିଛି। ପାଟଣା ଥାନାର ଏହି ଅଞ୍ଚଳରେ ଧୀରଜ ମହାନ୍ତଙ୍କ ନାମରେ ଶତାଧିକ ସିମ୍ କାର୍ଡ ଥିବାରୁ ସନ୍ଦେହ ହୋଇଥିଲା। ତେଣୁ ଏହି ଘଟଣାକୁ କେନ୍ଦୁଝର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଶାଖା ଥାନା ପାଖରୁ ଗୁରୁତର ସହ ନିଆଯାଇ ଅନୁସନ୍ଧାନ କରାଯାଉଥିଲା। ଶେଷରେ ସତ୍ୟଜିତ ସିଦ୍ଧାର୍ଥ ବାରିକ(୨୧), ପିତା – ଅଶୋକ ବାରିକ,ଦିଗଧର, ମିଟୁଆଣି, ଠାକୁରମୁଣ୍ଡା, ମୟୂରଭଞ୍ଜ,ଜ୍ଞାନ ଦୀପ ମହାପାତ୍ର(୨୨),ପିତା – ଗଜେନ୍ଦ୍ର ମହାପାତ୍ର,କଞ୍ଚା ସାହି,ଆନନ୍ଦପୁର,କେନ୍ଦୁଝର ଓ ତପନ ଜେନା(୩୧), ପିତା – ମାଧବ ଜେନା, ଖଡ଼ିବିଲ,ଘଷିପୁରା,କେନ୍ଦୁଝରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ୩ଜଣ ନକଲି ସିମ୍ ଜେନେରେଟ କରି ବିକ୍ରୀ କରୁଥିଲେ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.