ଅସ୍ତରଙ୍ଗ : ଅସ୍ତରଙ୍ଗ ରାଜସ୍ବ ବିଭାଗ ରେ ଥିବା ବିଭିନ୍ନ ସରକାରୀ ହେଉ କି ବେ ସରକାରୀ, ସବୁ ଜାଗାରୁ ବେଆଇନ ମାଟି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଚି । ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ ହାନି ହେବା ସହିତ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୁଟି ଦିନ ଗୁଡିକରେ ସରକାରୀ ଓ ଗୋଚର ଜମିରୁ ମାଫିଆ ମାନେ ମାଟି ଲୁଟ କରୁଥିବା ବେଳେ ରାସ୍ତା ଗୁଡିକ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଗତ ରବିବାର ଦିନ ଅସ୍ତରଙ୍ଗ ତହସିଲ ଅଞ୍ଚଳର ଏକ ଗହୀର ବିଲରୁ ବେଆଇନ ମାଟି ବୁହାହେଉଥିବା ବେଳେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ଙ୍କ ନିର୍ଦେଶ ରେ ୯ଟି ଟ୍ରାକ୍ଟର ଜବତ କରାଯାଇଥିବା ସୂଚନା ମିଳି ଥିବାବେଳେ, ଜବତ ଟ୍ରାକ୍ଟର ମଧ୍ୟରୁ ୫ଟି ପଞ୍ଜିକରଣ ହୋଇଥିବା ବେଳେ ୪ଟିର କୌଣସି ପଞ୍ଜିକରଣ ନମ୍ବର ନଥିବା ବେଳେ ଚାଳକ ମାନଙ୍କର ଚାଳକ ପ୍ରମାଣପତ୍ର ଅଛିକି ନାହିଁ ଯାଞ୍ଚ ପରେ ସାମ୍ନା କୁ ଆସିବ ।
ଅସ୍ତରଙ୍ଗ ଥାନା ଅଧୂକାରୀ ଙ୍କ ସୂଚନା ଅନୁସାରେ ଉକ୍ତ ଟ୍ରାକ୍ଟର ଗୁଡିକ ଜବତ ପରେ ବେଆଇନି ମାଟି ଚାଲାଣ କରୁଥିବା ଅଭିଯୋଗରେ ମକଦ୍ଦମା ହେବା ସହ ଅଧିକ ତଦନ୍ତ ର ଆବଶ୍ୟକତା ରହିଥିବା ବେଳେ,ଆଗାମୀ ଦିନରେ ଚୋରା ମାଟି ବାଲି ବୋହୁଥିବା ଜାନ ଗୁଡ଼ିକ ଉପରେ ଅସ୍ତରଙ୍ଗ ପୋଲିସ କଡା ନଯର ରଖିବା ସହ ଯାଞ୍ଚ ପକ୍ରୀୟା କୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ଅନେକ ଜାଗାରୁ ପ୍ରଶାସନକୁ ଚକମା ଦେଈ ସହ ଶହ ଖାଲ ଜାଗା ପୋତିବା, ଇଟା ଭାଟି କୁ ମାଟି, ବାଲି ଯୋଗାଇବା ପାଇଁ ବେ ଆଇନ ଭାବେ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଥିଲା । ତେଣୁ ସରକାରୀ ଜାଗା, ଚାଷ ଜମି କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଥିବା ବେଳେ,ଅସ୍ତରଙ୍ଗ ପୋଲିସ ୭୪/୨୫ ଓ ୭୫/୨୫ ଦୁଇଗୋଟି କେସ ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ,କିଛି ଟ୍ରାକ୍ଟର ର କାଗଜପତ୍ର ନମ୍ୱର୍ ଆଦି ନ ଥିବା ବେଳେ ଦୁଇ ଗୋଟି ଟ୍ରାକ୍ଟର ଡ୍ରାଇଭର କୁଆଡେ ଫେରାର ଥିବା ଜଣା ପଡିଛି ।
Sign in
Sign in
Recover your password.
A password will be e-mailed to you.