“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ଓଡ଼ିଆ ନବବର୍ଷ ପାଳିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା” ପକ୍ଷରୁ ପାରଳାଖେମୁଣ୍ଡି କେଉଟ ସାହି ସ୍ଥିତ ଓଡିଶା ନଲେଜ କର୍ପୋରେସନ ଅଧିକୃତ କଂପ୍ୟୁଟର ଶିକ୍ଷା କେନ୍ଦ୍ର ରେଖା ଡିଜିଟାଲ ଇଡି କାର୍ଯ୍ୟାଳୟରେ ଠାରେ ବିଷୁବ ମିଳନ ଉତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଥିଲା।
ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ନାଚ ଗୀତ ଓ କବିତା ଆସର ମଧ୍ୟ ଆୟୋଜନ ହୋଇଥିଲା। ଉକ୍ତ ସଭାରେ ପ୍ରଥମେ ଶ୍ରୀମତୀ ଚିନ୍ମୟୀ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିବା ସହିତ ସ୍ବାଗତ ଭାଷଣ ପରିବେଷଣ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ “ଆକାଂକ୍ଷା” ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁମୁଦିନୀ ଭୁକ୍ତା , ମୁଖ୍ୟବକ୍ତା ଶ୍ରୀ ଦେବାର୍ଚ୍ଚନ ମିଶ୍ର , ସମ୍ମାନୀତ ଅତିଥି ମନୋଜ କୁମା ର ପଣ୍ଡା , ଶ୍ରୀମତୀ କ୍ଷୀରାବ୍ଧୀ ତନୟା ପଣ୍ଡା , ଉପଦେଷ୍ଟା ସ୍ଵର୍ଣ୍ଣ ପ୍ରଭା ପାଠୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ ସଂପର୍କ ରେ ଆଲୋକପାତ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ସକାଳ ନୂତନ କରିବାର ସମୟ। ସେହି ପରି ନୂତନ ବର୍ଷ କୁ ସ୍ବାଗତ ଜଣାଇ , ସମସ୍ତ ଦୁଃଖ କଷ୍ଟ କୁ ଭୁଲି ନୂତନ ଆଶା ଆକାଂକ୍ଷା କୁ ନେଇ ଆଗକୁ ବଢିବା ପାଇଁଁ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ସୁଶ୍ରୀ ପାଲକା ଅଶ୍ଵିନୀ ଙ୍କୁ “ଆକାଂକ୍ଷା” ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ନୃତ୍ୟ ପରିବେଷଣ କ୍ଷେତ୍ରରେ ସାଇ ସ୍ନିଗ୍ଧା ପଟ୍ଟନାୟକ ଏବଂ କେ. ବୈଷ୍ଣବୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀମତୀ ବବିତା ପୁରୋହିତ ଙ୍କ ଦ୍ୱାରା କବିତା ସଂଯୋଜନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଜନା ଦାସ , ରେଣୁବାଳା ବେହେରା , କେ . ପୂଜା ସୁଜାତା ବେହେରା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କବିତା ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.