ଏମିତି ବି ଆସେ ମୃତ୍ୟୁ ………

0

ପାଇକମାଲ :- ବରଗଡ ଜିଲ୍ଲା  ପାଇକମାଲ ର ମନମାଣ୍ଡୋସିଲ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡୁମେରବାହାଲ ଗ୍ରାମର ସେବକ ପଟେଲ(୫୮) ଏକ ବାଇକ ରେ ମାଣ୍ଡୋସିଲ ଗ୍ରାମ କୁ ଆସିଥିଲେ । ବାଇକ ଚଳାଉଥିବା ସମୟରେ ହଟାତ ତାଙ୍କୁ ଇପିଲେପ୍ସି(ଅପସ୍ମାର,ସ୍ଥାନୀୟ ଭାଷାରେ ଏହାକୁ ହାପର ବୋଲି କୁହାଯାଏ )ରୋଗର ଏଟାକ ହେବାରୁ ସେ ବାଇକ ର ଭାରସାମ୍ୟ ହରାଇ ରାସ୍ତା କଡ଼ ରେ ଠିଆ ହୋଇଥିବା ଏକ JCB ରେ ପିଟି ହେଇଯାଇଥିଲେ  । ଅହାତ ସେବକ ଙ୍କୁ ତୁରନ୍ତ ନୂଆପଡା ଡାକ୍ତରଖାନାକୁ ନିଆ ଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣାର ଖବର ପାଇବା ପରେ  ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳରେ ପହଂଚିବା ସହିତ  ପ୍ରାଥମିକ ତଦନ୍ତ ପଟେ ନୂଆପଡା ଡାକ୍ତର ଖାନାକୁ ପହଂଚି ଥିଲେ । ସନ୍ଧ୍ୟା ହେଇଯିବାରୁ ଆଜି ଶବ ବ୍ୟବଚ୍ଛେଦ ହେଇପାରିନଥିଲା । ଆସନ୍ତା କାଲି ବ୍ୟବଚ୍ଛେଦ ହେବ । ପାଇକମାଲ ଥାନାରେ କେଶ ନ 13/2019 ରୁଜୁ କରାଯାଇ ଘଟଣା ର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

Leave A Reply

Your email address will not be published.